ଶନିବାର, ରବିବାର ଶଟ୍‌ଡାଉନ୍‌

ଜଗତସିଂହପୁର/କେନ୍ଦୁଝର(ଶଶାଙ୍କ/ପ୍ରଣୟ): ରାଜ୍ୟ ସରକାର ଅନ୍‌ଲକ୍‌-୨ରେ ୫୦ରୁ ଅଧିକ ‘କରୋନା’ ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖିଛନ୍ତି। ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଳନ କରାଯିବ। ଏଥିରେ ଜଗତସିଂହପୁର ଓ କେନ୍ଦୁଝର ଥିବାରୁ ଜିଲ୍ଲାପାଳ ପୂରା ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜଗତସିଂହପୁର ଜିଲ୍ଲାକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ ଘୋଷଣା। ପ୍ରତି ଶନିବାର ଓ ରବିବାର ପୂରା ଜିଲ୍ଲା ଶଟ୍‌ଡାଉନ୍‌ ରହିବ। ରାତ୍ରକାଳୀନ କର୍ଫ୍ୟୁ ୯ଟାରୁ […]

kk

Manoranjan Sial
  • Published: Wednesday, 01 July 2020
  • , Updated: 01 July 2020, 09:33 PM IST

ଜଗତସିଂହପୁର/କେନ୍ଦୁଝର(ଶଶାଙ୍କ/ପ୍ରଣୟ): ରାଜ୍ୟ ସରକାର ଅନ୍‌ଲକ୍‌-୨ରେ ୫୦ରୁ ଅଧିକ ‘କରୋନା’ ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖିଛନ୍ତି। ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଳନ କରାଯିବ। ଏଥିରେ ଜଗତସିଂହପୁର ଓ କେନ୍ଦୁଝର ଥିବାରୁ ଜିଲ୍ଲାପାଳ ପୂରା ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଜଗତସିଂହପୁର ଜିଲ୍ଲାକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ ଘୋଷଣା। ପ୍ରତି ଶନିବାର ଓ ରବିବାର ପୂରା ଜିଲ୍ଲା ଶଟ୍‌ଡାଉନ୍‌ ରହିବ। ରାତ୍ରକାଳୀନ କର୍ଫ୍ୟୁ ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ତେବେ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନ। ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ଶନିବାର ଓ ରବିବାର ଶଟ୍‌ଡାଉନ ରହିବ। ଶଟ୍‌ଡାଉନ ବେଳେ ପେଟ୍ରୋଲ, ମେଡିସିନ ଓ କ୍ଷୀର ବିକ୍ରି ଜାରି ରହିବ। ସନ୍ଧ୍ୟା ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହେବ।

Related story