ମହାପ୍ରଭୁଙ୍କ ପାଇଁ ବିଶ୍ୱର ସବୁଠୁ କୁନି ରଥ ଗଢ଼ିଛନ୍ତି ସତ୍ୟ ମହାରଣା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ ପାଇଁ ତାଙ୍କ ରଥ ଅଟକି ଯାଏ। ତାଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା। […]

340-2

Tapas Behera
  • Published: Thursday, 04 July 2019
  • , Updated: 04 July 2019, 04:51 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ ପାଇଁ ତାଙ୍କ ରଥ ଅଟକି ଯାଏ। ତାଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା। ଭାବବିନୋଦିଆ ଜଗନ୍ନାଥ ପାଇଁ ଅତି ଆଦରରେ ସେ ଏକ କୁନି ରଥ ଗଢ଼ିଛନ୍ତି। ଯାହାକୁ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ କହିଲେ ଭୁଲ ହେବ ନାହିଁ।

ଏହି କୁନି ରଥର ଉଚ୍ଚତା ୨.୫ ଇଞ୍ଚ, ଓସାର ୨ ଇଞ୍ଚ ଏବଂ ଓଜନ ମାତ୍ର ୮ ଗ୍ରାମ। ଏଥିରେ ୧୬ଟି ଚକ, ୪ଟି ଅଶ୍ୱ, ୨ଟି ଓଲଟ ଶୁଆ, ରଥବାଡ଼, ୯ ପାର୍ଶ୍ଵ ଦେବତା, ୧.୫ ସେମି ଉଚ୍ଚ ସାରଥୀ ଓ ଦଧି ନଉତି ରହିଛି। ମାତ୍ର ୧ ସେଣ୍ଟିମିଟରର ଜଗନ୍ନାଥଙ୍କ ମୂର୍ତ୍ତି ରହିଛି। ଏହି ରଥକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି। ଯିଏ ଦେଖୁଛି ସେ ସ୍ଥମ୍ଭୀଭୁତ ହୋଇଯାଉଛି।

Related story