ସାଉଦିଆରବ ଯିବାକୁ ପଶ୍ଚିମବଙ୍ଗ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱରରୁ ପାସ୍‌ପୋର୍ଟ: ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବାସିନ୍ଦା। ହେଲେ ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରୁ ତୀର୍ଥଯାତ୍ରୀ ଭିସା ନେଇ ସାଉଦିଆରବ ଯାଉଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୨୭ ଜଣ ଯାଇଛନ୍ତି। ଏବେ ଏହି ୨୭ ତୀର୍ଥଯାତ୍ରୀଙ୍କ କୌଣସି ଖୋଜ ଖବର ମିଳୁନାହିଁ। ମୁମ୍ବାଇ ଏଟିଏସ୍‌ ଏବେ ଏହାର ଖୋଳତାଡ଼ ଆରମ୍ଭ କରିଛି। ତୀର୍ଥଯାତ୍ରୀମାନେ କୁଆଡେ ଗଲେ ଓ ସେମାନଙ୍କୁ ଭୁବନେଶ୍ୱରରୁ କେମିତି ପାସ୍‌ପୋର୍ଟ ମିଳିଲା ତାହାର ତଦନ୍ତ ଚାଲିଛି। ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡଠାରୁ ସୂଚନା ପାଇବା ପରେ […]

bbsr

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 09:01 PM IST

ଭୁବନେଶ୍ୱର: ପଶ୍ଚିମବଙ୍ଗର ବାସିନ୍ଦା। ହେଲେ ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରୁ ତୀର୍ଥଯାତ୍ରୀ ଭିସା ନେଇ ସାଉଦିଆରବ ଯାଉଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୨୭ ଜଣ ଯାଇଛନ୍ତି। ଏବେ ଏହି ୨୭ ତୀର୍ଥଯାତ୍ରୀଙ୍କ କୌଣସି ଖୋଜ ଖବର ମିଳୁନାହିଁ। ମୁମ୍ବାଇ ଏଟିଏସ୍‌ ଏବେ ଏହାର ଖୋଳତାଡ଼ ଆରମ୍ଭ କରିଛି। ତୀର୍ଥଯାତ୍ରୀମାନେ କୁଆଡେ ଗଲେ ଓ ସେମାନଙ୍କୁ ଭୁବନେଶ୍ୱରରୁ କେମିତି ପାସ୍‌ପୋର୍ଟ ମିଳିଲା ତାହାର ତଦନ୍ତ ଚାଲିଛି।

ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡଠାରୁ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ବିଭାଗ ଭୁବନେଶ୍ୱର ପାସ୍‌ପୋର୍ଟ  ଅଫିସକୁ ଏନେଇ ତଥ୍ୟ ମାଗିଛନ୍ତି।

ଏହି ତୀର୍ଥଯାତ୍ରୀ ମାନେ ୪୫ ଦିନିଆ ଭିସା ନେଇ ଏମାନେ ମୁମ୍ବାଇର ଜଣେ ଟୁର ଅପରେଟରଙ୍କ ଜରିଆରେ ସାଉଦିଆରବ ଯାଇଥିଲେ। ସେମାନେ କେଉଁ ପରିସ୍ଥିତିରେ ଭୁବନେଶ୍ୱରରୁ ପାସପୋର୍ଟ ପାଇଲେ ସେ ନେଇ ଖୋଳତାଡ ଆରମ୍ଭ ହୋଇଛି।

ତୀର୍ଥଯାତ୍ରୀମାନେ ସାଉଦିଆରବରେ ପହଞ୍ଚିବାର ୩ ଦିନ ପରେ ନିର୍ଦ୍ଦିଷ୍ଟ ହୋଟେଲକୁ ନ ଯିବାରୁ କୋଲକାତା ଟୁର ଅପରେଟର ମୁମ୍ବାଇରେ ଥିବା ଏହାର ଶାଖାକୁ ସୂଚନା ଦେଇଥିଲେ। ଏହାପରେ ମୁମ୍ବାଇ ଅପରେଟର ଘଟଣା ସମ୍ପର୍କରେ ଏଟିଏସ୍‌କୁ ଜଣାଇଥିଲେ। ଏବେ ପ୍ରଶ୍ନ ଉଠୁଛି ଏହି ତୀର୍ଥଯାତ୍ରୀମାନେ କୁଆଡେ ଗଲେ। ସେମାନେ କୌଣସି ସମ୍ପର୍କୀୟଙ୍କ ଘରେ ରହିଯାଇଛନ୍ତି ନାଁ କୌଣସି ଅସୁବିଧାରେ ପଡିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଆଇଏସ୍‌ଆଇଏସ୍‌ ଭାରତରେ ତା’ର ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ତୀର୍ଥଯାତ୍ରୀମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ସେଠାକୁ ଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି।

Related story