ଶ୍ରୀମନ୍ଦିର ସଂସ୍କାର ଚିନ୍ତା: ଆଜି ଆମିକସ୍‌ କ୍ୟୁରିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଆଜି ସେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୋଚନା କରିବେ। ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ପୁରୀ ଏସ୍‌ପି ମଧ୍ୟ ବୈଠକରେ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା, ଦର୍ଶନ ବ୍ୟବସ୍ଥା, ସେବାୟତଙ୍କ ଆଚାର ବ୍ୟବହାର ସହିତ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା ଉପରେ ଅନୁଧ୍ୟାନ […]

puri

Jyoshna Pradhan
  • Published: Saturday, 23 February 2019
  • , Updated: 23 February 2019, 10:17 AM IST

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଆଜି ସେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୋଚନା କରିବେ। ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ପୁରୀ ଏସ୍‌ପି ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ଶ୍ରୀମନ୍ଦିର ନୀତିକାନ୍ତି, ସେବାପୂଜା, ଦର୍ଶନ ବ୍ୟବସ୍ଥା, ସେବାୟତଙ୍କ ଆଚାର ବ୍ୟବହାର ସହିତ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ବ୍ୟବସ୍ଥା ଉପରେ ଅନୁଧ୍ୟାନ କରାଯିବ। ସନ୍ଧ୍ୟାରେ ରଞ୍ଜିତଙ୍କର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୭ ତାରିଖରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି।  ସୁପ୍ରିମକୋର୍ଟ ଦେଇଥିବା ୧୨ ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ, ସେନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ ନେବେ ଆମିକସ୍‌ କ୍ୟୁରି। ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଆଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ସହମତି ହୋଇପାରି ନଥିବାରୁ ଆମିକସ୍‌ କ୍ୟୁରିଙ୍କ ନିକଟରେ ସେବାୟତ ମତ ରଖିପାରନ୍ତି।

 

Related story