ସରକାରକୁ ଧରିଲେ ଅନୁସୂଚିତ ଜାତି ଆୟୋଗ: କହିଲେ-ଯଦି ଗଣଦୁଷ୍କର୍ମ ହୋଇନି, ତେବେ ପକ୍‌ସୋ ଆକ୍ଟ କେମିତି ଲାଗିଲା?

କୋରାପୁଟ(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜିପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ ତଦନ୍ତ ପ୍ରକ୍ରିୟା ଉପରେ ପୀଡ଼ିତାଙ୍କ ପରିବାର ଲୋକଙ୍କର ଭରସା ନାହାନ୍ତି। ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରି ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏହି ଘଟଣାରେ ତଦନ୍ତ କରିବାକୁ ଓଡ଼ିଶା ଆସିଥିବା ଅନୁସୂଚିତ ଜାତି ଆୟୋଗ ଟିମ୍‌ର ସଦସ୍ୟ ଯୋଗେନ୍ଦ୍ର […]

kunduli-1-768x576

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 06:55 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମରେ ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜିପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ ତଦନ୍ତ ପ୍ରକ୍ରିୟା ଉପରେ ପୀଡ଼ିତାଙ୍କ ପରିବାର ଲୋକଙ୍କର ଭରସା ନାହାନ୍ତି। ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରି ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏହି ଘଟଣାରେ ତଦନ୍ତ କରିବାକୁ ଓଡ଼ିଶା ଆସିଥିବା ଅନୁସୂଚିତ ଜାତି ଆୟୋଗ ଟିମ୍‌ର ସଦସ୍ୟ ଯୋଗେନ୍ଦ୍ର ପାଶୱାନ୍‌ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ଅନୁସୂଚିତ ଜାତିଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

ସେ କହିଛନ୍ତି-“କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ତଦନ୍ତରେ ପୋଲିସ ଅବହେଳା କରିଛି। ପୀଡ଼ିତା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସମୟରେ ଡାକ୍ତରମାନେ ଚିକିତ୍ସା କରିବାରେ ମଧ୍ୟ ଅବହେଳା କରିଛନ୍ତି। ଏପରି ଦୁଃଖଦ ସମୟରେ ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ପାଖରେ ଛିଡ଼ା ହେବା କଥା। ମାତ୍ର ରାଜ୍ୟ ସରକାର ଏପରି କରିନାହାନ୍ତି। ଯାହା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା।”

ସେ ଆହୁରି କହିଛନ୍ତି-“ଆଜି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଥିଲୁ। ସେମାନେ ନ୍ୟାୟ ଚାହୁଁଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ପୀଡିତାଙ୍କ ପରିବାର ଲୋକଙ୍କ ଅନୁରୋଧକୁ ରକ୍ଷା କରି ରାଜ୍ୟ ସରକାର ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇଙ୍କୁ ହସ୍ତାନ୍ତର କରନ୍ତୁ। ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାର ରାଜ୍ୟ ସରକାରଙ୍କର ଅସୁବିଧା କେଉଁଠି ରହିଛି? ମାମଲା ସିବିଆଇକୁ ଗଲେ ଖିରକୁ ଖିର ଓ ପାଣିକୁ ପାଣି ହୋଇଯିବ। ଯଦି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଦେଇ ଥାଆନ୍ତା, ତାହାହେଲେ ଏସ୍‌ସି/ଏସ୍‌ଟି ଦଫା ଲାଗି ଥାଆନ୍ତା। ଏହି ଦଫାରେ ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ପାଇବାର ନିୟମ ରହିଛି।”

ସେ ଆହୁରି କହିଛନ୍ତି-“ପୀଡ଼ିତା ଗଣଦୁଷ୍କର୍ମରେ ଶିକାର ହୋଇନି ବୋଲି ଯଦି ଡାକ୍ତର ଟିମ୍‌ କରୁଛି, ତାହାହେଲେ ପକ୍‌ସୋ (POCSO) ଆକ୍ଟ କେମିତି ଲାଗିଲା? ପୀଡ଼ିତାକୁ ମେଡ଼ିକାଲରେ କ’ଣ ପାଇଁ ୧୦ ଦିନ ରଖାଯାଇଥିଲା? ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ଘଟଣାର ଠିକ୍‌ଭାବେ ତଦନ୍ତ କରିନାହାନ୍ତି।”

Related story