ସତ୍ୟପାଠରେ ଭୁଲ ମାଗିବା ପରେ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି.ଆର. ଦାସଙ୍କ ଘରେ ସିବିଆଇ ଭୁଲରେ ପଶିବା ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଅଧିକାରୀ ସମ୍ପୃକ୍ତ ବିଚାରପତିଙ୍କୁ ଭୁଲ ମାଗିଥିବା ନେଇ ସତ୍ୟପାଠ ଦାଖଲ କରିବା ପରେ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି। ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜରେ ନାଁ ଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ୍ କୁଦ୍ଦୁସିଙ୍କ ଘରେ ରେଡ୍ ବଦଳରେ ସେ ପୂର୍ବରୁ ରହୁଥିବା କ୍ୱାର୍ଟର୍ସରେ ଚଢାଉ କରିଥିଲା ସିବିଆଇ। ହେଲେ ସିବିଆଇ ଚଢାଉ […]

supreme-court

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 10:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି.ଆର. ଦାସଙ୍କ ଘରେ ସିବିଆଇ ଭୁଲରେ ପଶିବା ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଅଧିକାରୀ ସମ୍ପୃକ୍ତ ବିଚାରପତିଙ୍କୁ ଭୁଲ ମାଗିଥିବା ନେଇ ସତ୍ୟପାଠ ଦାଖଲ କରିବା ପରେ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି। ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜରେ ନାଁ ଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ୍ କୁଦ୍ଦୁସିଙ୍କ ଘରେ ରେଡ୍ ବଦଳରେ ସେ ପୂର୍ବରୁ ରହୁଥିବା କ୍ୱାର୍ଟର୍ସରେ ଚଢାଉ କରିଥିଲା ସିବିଆଇ। ହେଲେ ସିବିଆଇ ଚଢାଉ ବେଳେ କ୍ୱାର୍ଟର୍ସରେ କୁଦ୍ଦୁସିଙ୍କ ବଦଳରେ ଜଷ୍ଟିସ୍ ସି.ଆର. ଦାସ ରହୁଥିଲେ। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ସିବିଆଇ ବିରୋଧରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।

Related story