ନିଜେ କରୋନାରୁ ଭଲ ହେଲେ, ଆଉ ଜଣଙ୍କ ପାଇଁ ବରଦାନ ହେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ ମହିଳା ଆଜି ପ୍ଲାଜମା ଦାନ କରିଛନ୍ତି। ସେ ହେଉଛି କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଜଣେ ଛାତ୍ରୀ। ମହାମାରୀ ‘କରୋନା’ରୁ ଆରୋଗ୍ୟ ହେବା ପରେ ସେ ଆଜି ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟ୍‌ କରିଛି। ମହାମାରୀ ‘କରୋନା’ ବିରୋଧୀ ଲଢ଼େଇ ବାରଦାନ ସାବ୍ୟସ୍ତ ହେଉଛି ପ୍ଲାଜ୍‌ମା ଥେରାପି। ଯେଉଁଥିପାଇଁ ରାଜ୍ୟ ସରକାର ପ୍ଲାଜମା […]

scb

Manoranjan Sial
  • Published: Wednesday, 29 July 2020
  • , Updated: 29 July 2020, 06:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ ମହିଳା ଆଜି ପ୍ଲାଜମା ଦାନ କରିଛନ୍ତି। ସେ ହେଉଛି କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଜଣେ ଛାତ୍ରୀ। ମହାମାରୀ ‘କରୋନା’ରୁ ଆରୋଗ୍ୟ ହେବା ପରେ ସେ ଆଜି ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟ୍‌ କରିଛି।

ମହାମାରୀ ‘କରୋନା’ ବିରୋଧୀ ଲଢ଼େଇ ବାରଦାନ ସାବ୍ୟସ୍ତ ହେଉଛି ପ୍ଲାଜ୍‌ମା ଥେରାପି। ଯେଉଁଥିପାଇଁ ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଅପଣାଇଛନ୍ତି। ସେଥିପାଇଁ କଟକ ଏସ୍‌ସିବି ମେଡିକାଲ୍‌କୁ ପ୍ଲାଜମା ନୋଡାଲ୍‌ ସେଣ୍ଟର ଭାବେ ଚୟନ କରାଯାଇଛି। ଗତକାଲି ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିବା ବେଳେ ଏମ୍‌କେସିଜି, ଆଇଜିଏଚ୍‌ ଓ ବୁର୍ଲାରେ କରିବାକୁ ସରକାର ଯୋଜନା ରଖିଛନ୍ତି।

https://twitter.com/HFWOdisha/status/1288438968535506945?s=20

ଅନ୍ୟପକ୍ଷରେ ପ୍ଲାଜମା ନେଇ କଟକ ଓ ବ୍ରହ୍ମପୁରରୁ କେତେକ କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହି ଥେରାପି ବରଦାଦ ସାବ୍ୟସ୍ତ ହେଉଥିବା ଅନ୍ୟ ରୋଗୀଙ୍କୁ ଦିଆଯାଉଛି। ସେଥିପାଇଁ ପ୍ଲାଜମା ଦାନ କରିବାକୁ ଅପିଲ୍‌ କରାଯାଉଛି।

Related story