ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଆଡମିଶନ୍ ହୋଇଥିଲା, ଚଳିତ ବର୍ଷ ବି ସେହି ସବୁ ସ୍କୁଲରେ ଆଡମିଶନ୍ କରାଯିବ । ଆସନ୍ତା ସୋମବାରଠାରୁ ଜୁଲାଇ ୧୫ ଯାଏ ଏହି ନାମଲେଖା ପ୍ରକ୍ରିୟା ଚାଲିବ । ରାଜ୍ୟରେ କୌଣସି ବି ସ୍କୁଲ ବନ୍ଦ ହେବନି ବୋଲି ଆଜି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

୨୦ରୁ କମ୍ ଉପସ୍ଥାନ ଥିବା ସ୍କୁଲକୁ ନିକଟତର ସ୍କୁଲ ସହ ମିଶାଇବା ସହ ଏଗୁଡ଼ିକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଅପରପକ୍ଷେ ୧୦ରୁ କମ୍‌ ଉପସ୍ଥାପନ ଥିବା ସ୍କୁଲକୁ ଗତ ବର୍ଷ ବନ୍ଦ କରିଥିଲା ବିଭାଗ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।