ମଧ୍ୟାହ୍ନ ଭୋଜନକୁ ନେଇ ଫୁଡ୍‌ କମିଶନ-ଗଣଶିକ୍ଷା ବିଭାଗ ମୁହାଁମୁହିଁ

Ordigital Desk
  • Published: Wednesday, 27 December 2017
  • , Updated: 27 December 2017, 09:59 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। କିଛି ଦିନ ତଳେ ଫୁଡ୍&zwnj; କମିଶନ ଏପରି ଆପତ୍ତି ଉଠାଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଥିଲା। ଏବେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଫୁଡ୍ କମିଶନ ଓ ଗଣଶିକ୍ଷା ବିଭାଗ। ନିମ୍ନମାନର ମଧ୍ୟାହ୍ନ ଭୋଜନ ନେଇ ଫୁଡ୍ କମିଶନଙ୍କ ଚିଠି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।</p> <p>ସେ କହିଛନ୍ତି-&ldquo;ଖାଦ୍ୟ ଆୟୋଗଙ୍କୁ ସବିଶେଷ ରିପୋର୍ଟ ମାଗାଯାଇଛି। କେଉଁ ଆଧାରରେ ନିମ୍ନମାନର କହାଯାଉଛି, ଫୁଡ୍&zwnj; କମିଶନ୍&zwnj; ତାହାର ତଥ୍ୟ ଦିଅନ୍ତୁ।&rdquo;</p> <p>ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଫୁଡ୍&zwnj; କମିଶନ। ଫୁଡ କମିଶନ ସଦସ୍ୟା ସିପ୍ରା ମଲ୍ଲିକ କହିଛନ୍ତି-&ldquo;ଫୁଡ ଆନାଲିଷ୍ଟଙ୍କ ତଥ୍ୟ ଆଧାରରେ ଚିଠି ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଯୋଗାଇ ଦିଆଯିବ।&rdquo;</p> <p>ମଧ୍ୟାହ୍ନ ଭୋଜନ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ କିଛିଦିନ ତଳେ ରାଜ୍ୟ ଫୁଡ କମିଶନ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ଚିଠି ଦେଇଥିଲେ।</p>

Related story