‘ବର୍ଷା ହେଲେ ପାଠ ବନ୍ଦ, ସ୍କୁଲ ବାରଣ୍ଡାରେ ଠିଆ ହେଉଛୁ’

କୋଇଡ଼ା(ସୁନୀଲ ପଣ୍ଡା): ‘ସ୍କୁଲ ଶ୍ରେଣୀ ଗୃହରେ ପାଣି ଝରୁଛି। ଛାତରୁ ପ୍ଲାଷ୍ଟର ଖସି ମୁଣ୍ଡ ଉପରେ ପଡ଼ି ଯାଉଛି। ତେଣୁ ଶିକ୍ଷକମାନେ ସ୍କୁଲ ବାହାରେ ପାଠପଢ଼ାଉଛନ୍ତି। ବାରଣ୍ଡାରେ ବସି ପାଠପଢ଼ୁଛୁ। ଜୋର ବର୍ଷା ହେଲେ ବାରଣ୍ଡାକୁ ମଧ୍ୟ ପାଣି ଛିଞ୍ଚଡ଼ା ପଡ଼ୁଛି। ତେଣୁ ପାଠପଢ଼ା ବନ୍ଦ। ସମସ୍ତେ ବାରଣ୍ଡାରେ ଠିଆ ହୋଇ ରହୁଛୁ। ଘଡ଼ଘଡ଼ି ମାରିଲେ ଡ଼ର ଲାଗୁଛି। ପାଠ ତ ପଢ଼ିବନୁ, ତେଣୁ ଆଉ କ’ଣ କରିବୁ? ଅନେକ ସାଙ୍ଗସାଥୀ ଡ଼ରରେ ସ୍କୁଲ ଆସୁନାହାନ୍ତି। ଆଣ୍ଠୁଏ […]

school-1

school-1

Niranjan Mishra
  • Published: Tuesday, 19 July 2022
  • Updated: 19 July 2022, 05:20 PM IST

Sports

Latest News

କୋଇଡ଼ା(ସୁନୀଲ ପଣ୍ଡା): ‘ସ୍କୁଲ ଶ୍ରେଣୀ ଗୃହରେ ପାଣି ଝରୁଛି। ଛାତରୁ ପ୍ଲାଷ୍ଟର ଖସି ମୁଣ୍ଡ ଉପରେ ପଡ଼ି ଯାଉଛି। ତେଣୁ ଶିକ୍ଷକମାନେ ସ୍କୁଲ ବାହାରେ ପାଠପଢ଼ାଉଛନ୍ତି। ବାରଣ୍ଡାରେ ବସି ପାଠପଢ଼ୁଛୁ। ଜୋର ବର୍ଷା ହେଲେ ବାରଣ୍ଡାକୁ ମଧ୍ୟ ପାଣି ଛିଞ୍ଚଡ଼ା ପଡ଼ୁଛି। ତେଣୁ ପାଠପଢ଼ା ବନ୍ଦ। ସମସ୍ତେ ବାରଣ୍ଡାରେ ଠିଆ ହୋଇ ରହୁଛୁ। ଘଡ଼ଘଡ଼ି ମାରିଲେ ଡ଼ର ଲାଗୁଛି। ପାଠ ତ ପଢ଼ିବନୁ, ତେଣୁ ଆଉ କ’ଣ କରିବୁ? ଅନେକ ସାଙ୍ଗସାଥୀ ଡ଼ରରେ ସ୍କୁଲ ଆସୁନାହାନ୍ତି। ଆଣ୍ଠୁଏ ଲେଖାଏଁ ପାଣି ଭିତରେ ପାଠପଢ଼ିବାକୁ ଖୁବ୍ ଅସୁବିଧା ହେଉଛି।’ ଏ ହେଉଛି ପ୍ରଥମଶ୍ରେଣୀରେ ପଢ଼ୁଥିବା କୋମଳମତି ଆଦିବାସୀ ଛାତ୍ର ଆୟୁଷ ନାଏକ ନିଜ ସ୍କୁଲ ବିଷୟରେ କହିଥିବା କଥା। ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କୋଇଡା ବ୍ଲକର ପାଟମୁଣ୍ଡା ପଂଚାୟତର ଜଙ୍ଗଲ ଓ ପାହାଡ଼ ଭିତରେ ରହିଥିବା ଚକଧର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଅବସ୍ଥା ବିଷୟରେ ସେ ଗଣମାଧ୍ୟକୁ ଏହି କଥା ଖୁବ୍ ଦୁଃଖର ସହ କହିଛି।

ପ୍ରଧାନ ଶିକ୍ଷକ ଯାତୁରୁ କୁଜୁର କହିଛନ୍ତି, ପାଠ ପଢ଼ିବାକୁ ଶ୍ରେଣୀ ଗୃହ ଅଛି। ହେଲେ ସ୍କୁଲ ବାରଣ୍ଡାରେ ହେଉଛି ପାଠପଢ଼ା। ପ୍ରଥମରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ଜଣ ପିଲା ଦୀର୍ଘ ୬ ବର୍ଷ ହେବ ଏଭଳି ହିନସ୍ତାରେ ପାଠପଢ଼ୁଛନ୍ତି। ବର୍ଷା ଦିନ ଆସିଲେ ସମସ୍ୟା ବଢ଼ିଯାଏ। ଅଧିକାଂଶ ଦିନ ପିଲାଙ୍କ ପାଠପଢ଼ା ବନ୍ଦ ରହିଥାଏ। ଏନେଇ ଶିକ୍ଷା ବିଭାଗ ଅଧିକାରୀମାନେ ଜାଣି ମଧ୍ୟ ପଦକ୍ଷେପ ନେଉନାହାନ୍ତି। ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ପାଠପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଆଦିବାସୀ।

[caption id="attachment_750326" align="aligncenter" width="650"] ପାଣି ପୁଚପୁଚ ଶ୍ରେଣୀ ଗୃହ, ଖସି ପଡ଼ିଛି ଛାତ ପ୍ଳାଷ୍ଟର ଖଣ୍ଡ।[/caption]

ଶିକ୍ଷକ ପରୀକ୍ଷିତ ଦାସ କହିଛନ୍ତି, ଏହି ସ୍କୁଲରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସୁବିଧା ଥିଲେ ହେଁ ରହିଛି ମାତ୍ର ଦୁଇଟି ଶ୍ରେଣୀ ଗୃହ। ପାଠପଢ଼ାଇବା ନିମନ୍ତେ ରହିଛନ୍ତି ମାତ୍ର ଦୁଇଜଣ ଶିକ୍ଷକ। ତେଣୁ ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ ଶ୍ରେଣୀର ପାଠପଢ଼ା ଚାଲିଛି। ଅନ୍ୟପଟେ ବର୍ଷା ଋତୁ ଆସିଲେ ଦୁଇଟି ଯାକ ଶ୍ରେଣୀ ଗୃହ ଛାଡ଼ି ପିଲାମାନେ ସ୍କୁଲ ବାରଣ୍ଡାକୁ ପାଠପଢ଼ିବାକୁ ଚାଲି ଆସୁଛନ୍ତି। ଛାତରୁ ପାଣି ଗଳିବା ଓ ସିମେଣ୍ଟ ପ୍ଲାଷ୍ଟର ଖସିବା ଏହାର କାରଣ ହୋଇଛି।

ସ୍କୁଲ କମିଟି ସଭାପତି ରାମସିଂ ମୁଣ୍ଡା କହିଛନ୍ତି, ସ୍କୁଲ କେତେବେଳେ ଯେ ଭୁଶୁଡ଼ି ପଡ଼ିବ କହି ହେବନି। ନିକଟସ୍ଥ ଅଞ୍ଚଳରେ କୌଣସି ସ୍କୁଲ ନ ଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ଏଠାରେ ପାଠପଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଅନେକ ଅଭିଭାବକ ପିଲାଙ୍କ ଉପରେ ବିପତି ପଡ଼ିବା ଭୟରେ ସ୍କୁଲକୁ ଛାଡୁ ନାହାନ୍ତି। ଦୁଇଟି ଶ୍ରେଣୀ ଗୃହ ଓ ବାରଣ୍ଡାରେ ସିମେଣ୍ଟ ଖସୁ ଥିବାରୁ ଛାତରେ ଥିବା ରଡ଼ ଗୁଡିକ ଏବେ ସମ୍ପୂର୍ଣ୍ଣ ବାହାରକୁ ବାହାରି ଆସିଲାଣି। ବାରମ୍ବାର ଏ ସମ୍ପର୍କରେ ଲିଖିତ ଅଭିଯୋଗ ସତ୍ତ୍ୱେ ଜନପ୍ରତିନିଧି, ଶିକ୍ଷା ବିଭାଗ, ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନାହିଁ।

[caption id="attachment_750322" align="aligncenter" width="650"] ପ୍ରଥମଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ର ଆୟୁଷ ନାଏକ ନିଜ ସ୍କୁଲ ବିଷୟରେ ଦୁଃଖ ପ୍ରକାଶ କରିଛି।[/caption]

ଅଭିଭାବକମାନେ କହିଛନ୍ତି ଏହି ସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ଯଦି କୌଣସି ଅଘଟଣ ଘଟେ ତେବେ କିଏ ଏଥି ପାଇଁ ଦାୟୀ ରହିବ। ସରକାର ତୁରନ୍ତ ଏହି ସ୍କୁଲର ଉନ୍ନତିକରଣ କରନ୍ତୁ। ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଓ ବିଇଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବେନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story