ଖେଳ ଛୁଟିରେ ଖେଳୁଥିଲେ, ଉପରୁ ଖସିଲା ମୃତ୍ୟୁ

ଖୋର୍ଦ୍ଧା(ବଳରାମ ଲେଙ୍କା ):ଡାଳ ପଡ଼ି ଛାତ୍ର ମୃତ। ଖେଳଛୁଟିରେ ପିଲାମାନେ ଖେଳୁଥିବା ବେଳେ ହଠାତ୍‌ ଖସିଲା ଡାଳ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ସରକାରୀ ନୋଡାଲ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ମଧ୍ୟାହ୍ନ ସମୟରେ ସ୍କୁଲ ପରିସରରେ ଥିବା ଏକ ଗଛର ଶୁଖିଲା ଡାଳ  ଖସିପଡ଼ିବାରୁ ଗଛ ତଳେ ଠିଆ ହୋଇଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ର  ରିତେଶ ପ୍ରଧାନ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ରିତେଶଙ୍କୁ  ୧୦୮ ଆମ୍ବୁଲାନ୍ସ ଯୋଗେ  ପ୍ରଥମେ ନିରାକାରପୁର […]

54e

54e

Tapas Behera
  • Published: Thursday, 17 October 2019
  • Updated: 17 October 2019, 05:29 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା ):ଡାଳ ପଡ଼ି ଛାତ୍ର ମୃତ। ଖେଳଛୁଟିରେ ପିଲାମାନେ ଖେଳୁଥିବା ବେଳେ ହଠାତ୍‌ ଖସିଲା ଡାଳ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ସରକାରୀ ନୋଡାଲ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ମଧ୍ୟାହ୍ନ ସମୟରେ ସ୍କୁଲ ପରିସରରେ ଥିବା ଏକ ଗଛର ଶୁଖିଲା ଡାଳ  ଖସିପଡ଼ିବାରୁ ଗଛ ତଳେ ଠିଆ ହୋଇଥିବା ଦ୍ୱିତୀୟ ଶ୍ରେଣୀ ଛାତ୍ର  ରିତେଶ ପ୍ରଧାନ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ରିତେଶଙ୍କୁ  ୧୦୮ ଆମ୍ବୁଲାନ୍ସ ଯୋଗେ  ପ୍ରଥମେ ନିରାକାରପୁର ଓ ପରେ  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos