୧୧ ଦଫା ଦାବିରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘର ବିକ୍ଷୋଭ

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଉଚ୍ଛେଦ, ଯୋଗ୍ୟ ବିବେଚିତ ସ୍କୁଲକୁ ପୂର୍ଣ୍ଣ ଅନୁଦାନ ଭଳି ୧୧ ଦଫା ଦାବି ନେଇ ଆଜି ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ।  ଏଥିରେ ୧୭ଟି ଶିକ୍ଷକ ସଂଗଠନ ସାମିଲ ହୋଇଥିଲେ। ସଂଘର ଯୁଗ୍ମ ସାଧାରଣ ସମ୍ପାଦକ କହିଛନ୍ତି,“ଦୀର୍ଘ ୩୦ ବର୍ଷ ହେଲେ ଶିକ୍ଷକ ଓ ଅଧ୍ୟାପକମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସେମାନେ ଓଳିଏ ଖାଇଲେ ଆରଓଳି ଉପବାସ ରହୁଛନ୍ତି। ସେମାନେ ଏଭଳି ଏକ […]

school-teacher12

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 05:27 PM IST

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଉଚ୍ଛେଦ, ଯୋଗ୍ୟ ବିବେଚିତ ସ୍କୁଲକୁ ପୂର୍ଣ୍ଣ ଅନୁଦାନ ଭଳି ୧୧ ଦଫା ଦାବି ନେଇ ଆଜି ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ।  ଏଥିରେ ୧୭ଟି ଶିକ୍ଷକ ସଂଗଠନ ସାମିଲ ହୋଇଥିଲେ।

ସଂଘର ଯୁଗ୍ମ ସାଧାରଣ ସମ୍ପାଦକ କହିଛନ୍ତି,“ଦୀର୍ଘ ୩୦ ବର୍ଷ ହେଲେ ଶିକ୍ଷକ ଓ ଅଧ୍ୟାପକମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସେମାନେ ଓଳିଏ ଖାଇଲେ ଆରଓଳି ଉପବାସ ରହୁଛନ୍ତି। ସେମାନେ ଏଭଳି ଏକ ଶିକ୍ଷା ବ୍ୟବସ୍ଥାରେ ସଢ଼ୁଛନ୍ତି। ପ୍ରତିଦିନ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏବଂ ଖାଲି ହାତରେ ଅବସର ନେଉଛନ୍ତି। ଇଏ କି ପ୍ରକାର ଶିକ୍ଷା ବ୍ୟବସ୍ଥା। ରାଜ୍ୟରେ ଶିକ୍ଷା ପାଇଁ ୩୦% ବ୍ୟୟବରାଦ କରିବା, ବ୍ଲକ୍‌ଗ୍ରାଣ୍ଟ୍‌ ଉଚ୍ଛେଦ କରି ସମସ୍ତଙ୍କୁ ପୂର୍ଣ୍ଣ ଅନୁଦାନ ଦେବାକୁ ବାରମ୍ୱାର ଦାବି ହେଉଛି। ହେଲେ ରାଜ୍ୟ ସରକାର ଏହି ଦାବି ଗୁଡ଼ିକୁ ପୂରଣ କରୁନାହାନ୍ତି। ଏହା ରାଜ୍ୟ ସରକାର ପାଇଁ ମହଙ୍ଗ ପଡ଼ିବ। ଆଗାମୀ ପଞ୍ଚାୟତ ନିର୍ବାଚନକୁ  ଆମେ ବର୍ଜନ କରିବୁ।”

 ବ୍ଲକଗ୍ରାଣ୍ଟ୍‌ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ଗତ ୩ ଦିନ ଧରି ଧାରଣାରେ ବସିଛନ୍ତି। ସମାନ କାମକୁ ସମାନ ଦରମା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଆଦି ୯ ଦଫା ଦାବି ପୂରଣ ପାଇଁ ଶିକ୍ଷକ ଓ କର୍ମଚାରୀମାନେ ଧାରଣାରେ ବସିଛନ୍ତି।

Related story