ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲାନି ବିଜେଡି, ପ୍ରଶାସନ ଉପରେ ଛାଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାର୍ଟି ଅଫିସ ସିଲ୍‌ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତାଙ୍କ ଅଫିସ୍‌ ସିଲ୍‌ କରିଛି। ଏହା ବିରୋଧରେ ଆଜି ସାଂସଦ ଷଡଙ୍ଗୀ ପ୍ରମାଣ ଦେଖାଇ ବିଜେଡି ଉପରେ ବର୍ଷିଛନ୍ତି। ଆଉ ସେ ପଚାରିଛନ୍ତି, କେବେ ବିଜେଡି ଅଫିସ୍‌ ସିଲ୍‌ ହେବ? ଅପରାଜିତା ପଚାରିଥିବା ପ୍ରଶ୍ନର ଉତ୍ତର ବିଜେଡି ଉତ୍ତର ଦେବ […]

bjp

bjp

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 06:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାର୍ଟି ଅଫିସ ସିଲ୍‌ ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତାଙ୍କ ଅଫିସ୍‌ ସିଲ୍‌ କରିଛି। ଏହା ବିରୋଧରେ ଆଜି ସାଂସଦ ଷଡଙ୍ଗୀ ପ୍ରମାଣ ଦେଖାଇ ବିଜେଡି ଉପରେ ବର୍ଷିଛନ୍ତି। ଆଉ ସେ ପଚାରିଛନ୍ତି, କେବେ ବିଜେଡି ଅଫିସ୍‌ ସିଲ୍‌ ହେବ?

ଅପରାଜିତା ପଚାରିଥିବା ପ୍ରଶ୍ନର ଉତ୍ତର ବିଜେଡି ଉତ୍ତର ଦେବ ବୋଲି ଜଣାପଡ଼ୁଥିଲା। ହେଲେ ବିଜେଡି ମୁଖପାତ୍ର ସୁଲତା ଦେଓ ସବୁ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ପ୍ରଶାସନ ଉପରେ ଛାଡ଼ି ଦେଲେ। ଅପରାଜିତା ପଚାରିଥିବା ପ୍ରଶ୍ନର ଉତ୍ତର ନଦେଇ ତାଙ୍କ ଅଫିସ ସିଲ ନେଇ ସୁଲତା ଦେଓ କହିଛନ୍ତି-“କୋଠା ସିଲ ନିଷ୍ପତ୍ତି ପ୍ରଶାସନ ନେଇଥାଏ। ବିଜେଡିର କିଛି କହିବାର ନାହିଁ। ଧନ ଜୀବନ ସୁରକ୍ଷା ପାଇଁ ଅତୀତରେ ଅନେକ କୋଠା ସିଲ୍‌ ହୋଇଛି। ଧନ ଜୀବନ ସୁରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ଅନେକ କୋଠା ସିଲ ହେବ। କରୋନା ବିଜେଡି, ବିଜେପି, କଂଗ୍ରେସ ଦେଖି ଆସେ ନାହିଁ। କରୋନା ଗାଇଡ୍‌ଲାଇନ ମାନି ସୁରକ୍ଷତ ରହିବା ଓ ରାଜନୀତି କରିବାରୁ ଦୂରେଇ ରହିବା।”

କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଶ୍ରୀମତି ଷଡଙ୍ଗୀଙ୍କ ଅଫିସ୍‌ ସିଲ୍‌ ହୋଇଛି। ତେଣୁ ସାଂସଦ ଷଡଙ୍ଗୀ ଅଫିସ୍‌ ବାହାରେ ବସି ୧୭ଟି ଫଟୋ ଦେଖାଇ ବିଜେଡିର ଗୁମର ଖୋଲିଥିଲେ। ଏପରିକି ବିଜେଡି ଅଫିସ ଓ ମହାରଥୀଙ୍କ ଶେଷକୃତ୍ୟ ଗହଳି ଫଟୋ ମଧ୍ୟ ସେ ଦେଖାଇଲେ।

ସେ କହିଛନ୍ତି-“ସ୍ୱର୍ଗତ ପିପିଲି ବିଧାୟକଙ୍କ ଶେଷ ଦର୍ଶନ କରିବାକୁ ମନ୍ତ୍ରୀ ସମୀର ଦାଶ ଯାଇଥିଲେ। ମାତ୍ର ସେ ମାସ୍କ ପିନ୍ଧି ନଥିଲେ। ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩୦୦ ଲୋକ ମାସ୍କ ପିନ୍ଧିନଥିଲେ। ସାମାଜିକ ଦୂରତା କଥା ଭୁଲି ଯାଇଥିଲେ। ମୁଁ ଦୈନିକ ୧୩ରୁ ୧୪ ଘଣ୍ଟା କାମ କରୁଛି। ଲୋକଙ୍କ ପାଖକୁ ଯାଉଛି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ୭ ମାସରେ ୨/୩ଟି ଭର୍ଚୁଆଲ ମିଟିଂ କଲେ ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ କେବେ ସିଲ ହେବ? ଯେଉଁମାନେ ପାର୍ଟି ଅଫିସ୍‌ରେ ଥିଲେ କେବେ କାର୍ଯ୍ୟନୁଷ୍ଠାନ ହେବ? ଏମିତି ଡବଲ ଷ୍ଟାଣ୍ଡାର୍ଡ କାହିଁକି? ଏ ସମସ୍ତ ୧୭ ଫଟୋ, ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ସେମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଜାଣିବାକୁ ଚିଠି ଲେଖିବି। ୧୫ ଦିନ ଭିତରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି। ଅଫିସ୍‌ ସିଲ୍‌ ଥିବା ଯାଏଁ ରାଜରାସ୍ତାରେ ବସି କାର୍ଯ୍ୟଳୟ ଚାଲୁ ରଖିବି। ଅଫିସ ସିଲ୍‌ କରନ୍ତୁ, ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos