ବିଜେଡି ପାର୍ଟି ଅଫିସ କେବେ ସିଲ କରାଯିବ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଫିସ ସିଲ୍‌ ହବାପରେ ସରକାରୀ ଦଳ ବିଜେଡି ଉପରେ ବର୍ଷିଛନ୍ତି ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଓ ମନ୍ତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ପାଲଟା ଅଭିଯୋଗ କରିଛନ୍ତି। ସେ ଏହି ନେତାମାନଙ୍କ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଜାରି କରି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ କହିଛନ୍ତି […]

aparajita-sadangi

aparajita-sadangi

Manoranjan Sial
  • Published: Saturday, 10 October 2020
  • Updated: 10 October 2020, 04:12 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅଫିସ ସିଲ୍‌ ହବାପରେ ସରକାରୀ ଦଳ ବିଜେଡି ଉପରେ ବର୍ଷିଛନ୍ତି ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଓ ମନ୍ତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ପାଲଟା ଅଭିଯୋଗ କରିଛନ୍ତି। ସେ ଏହି ନେତାମାନଙ୍କ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ଜାରି କରି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଅପରାଜିତା ନିଜ ଅଫିସ ଖୋଲିବେ ନାହିଁ ବୋଲି କହିଛନ୍ତି। ସ୍ୱର୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟି, ବିଜେଡି ଅଫିସରେ ରକ୍ତଦାନ ଏବଂ ତିର୍ତ୍ତୋଲରେ ବିଜେଡି ନେତାଙ୍କ ରାଜନୈତିକ ସଭାରେ ଖୋଲାଖୋଲି ନିୟମ ଉଲ୍ଲଙ୍ଘନ କରାଯାଇଛି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ତ ପ୍ରମାଣ ଯୋଗାଇଦେବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଗତ ୩ ତାରିଖରେ ମହରଥୀଙ୍କ ଅନ୍ତିମଯାତ୍ରା ବେଳେ ବିଜେଡି ପାର୍ଟି ଅଫିସରେ , ଗାନ୍ଧୀ ଜୟନ୍ତି ପାଳନ ବେଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟ, ଗୋପ ବ୍ଲକରେ ବିଜେଡି ପଦଯାତ୍ରା, ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରୟଙ୍କ ଜନ୍ମଦିନ ବେଳେ, ଭୁବନେଶ୍ବର ରେଳ ଷ୍ଟେସନରେ ବିଜେଡି କର୍ମୀଙ୍କ ଜନସମ୍ପର୍କ ଯାତ୍ରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ବିନା ମାସ୍କ ଫଟୋ ଏବଂ କରୋନା ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ସମୀର ରଞନ ଦାସ ବିନା ମାସ୍କରେ ଶେଷ ଦର୍ଶନ କରିଥିବାର ଫଟୋ ସେ ଗଣମାଧ୍ୟମ ଆଗରେ ପ୍ରମାଣ ସ୍ୱରୁପ ଦେଖାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝୁଛନ୍ତି। ତାଙ୍କ ଅଫିସ ଆଜି ବିଏମସି ୧୫ ଦିନ ଅଫିସ ସିଲ କରିଦେଇଥିଲେ ସୁଦ୍ଧା ସେ ଅଫିସ ବାହାରେ କାର୍ଯ୍ୟ କରିବେ ବୋଲି ବିଜେଡିକୁ ଆହ୍ୱାନ ଦେଇଛନ୍ତି। ତେବେ ସେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିନଥିଲେ ମଧ୍ୟ ଟିକିଏ ଭାବନାତ୍ମକ ହୋଇଯାଇ ମହିଳାମାନଙ୍କ ସହିତ ନୃତ୍ୟରେ ସାମିଲ ହୋଇଥିଲେ। ତେବେ ଏପର୍ଯ୍ୟନ୍ତ ତାଙ୍କୁ କରୋନା ହୋଇନାହିଁ ଏବଂ ସେ ସବୁବେଳେ କୋଭିଡ ନିୟମ ପାଳନ କରିଆସୁଛନ୍ତି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos