ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ଅସନ୍ତୋଷ ପ୍ରକାଶ କଲେ ସେବାୟତ, କହିଲେ ଦାନ ଦକ୍ଷିଣା ମିଳିଲାନି, ଚଳିବୁ କେମିତି  

Ordigital Desk
  • Published: Sunday, 18 March 2018
  • , Updated: 18 March 2018, 09:45 AM IST
<p>ପୁରୀ: (ଓଡ଼ିଶା ରିପୋର୍ଟର):ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ &nbsp;ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ରାଷ୍ଟ୍ରପତି ଫେରିବା ପରେ ଦାନ ଦକ୍ଷିଣାକୁ ନେଇ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି। &nbsp;ଶ୍ରୀଜିଉଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ସେବାୟତ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ &nbsp;ଦାମୋଦର ମହାସୁଆର ଅଭିଯୋଗ ଆଣିଛନ୍ତି।</p> <p>ତାଙ୍କ କହିବା ଅନୁଯାୟୀ, ନିଷ୍ପତ୍ତି ଅନୁସାରେ ବ୍ୟବସ୍ଥିତ ଦର୍ଶନରେ ବ୍ୟତିକ୍ରମ ହୋଇଛି। କୌଳିକ ପଣ୍ଡାଙ୍କୁ ସେବା ସମ୍ପୂର୍ଣ୍ଣ କରିବାକୁ ଦିଆଗଲା ନାହିଁ। ସେ କହିଛନ୍ତି ଯେ, &nbsp;ସେବାୟତମାନେ ରାଷ୍ଟ୍ରପତିଙ୍କୁ&nbsp; ଶୃଙ୍ଖଳାର ସହ ସାହାଯ୍ୟ କଲେ। କିନ୍ତୁ ଦକ୍ଷିଣା ପାଇଲେନି। ତେବେ ଚଳିବେ କେମିତି। ମୁଁ ନବୀନ ପଟ୍ଟନାୟକଙ୍କୁ ଜଣାଉଛି ଆମେ ଚଳିବୁ କେମିତି ? ଆମେ କ&rsquo;ଣ ଚୋରି କରିବୁ, ଡକାୟତି କରିବୁ।</p> <p>ଏଠି ସେବା କିଏ କରିବ? ଆମକୁ ବହି ଲେଖାଇ ଦେଲେନି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହୁଛି ମୁଖ୍ୟମନ୍ତ୍ରୀ କାହିଁକି ଆଖିବୁଜିକି ଶୋଇଛନ୍ତି? ଆମ ସେବାୟତମାନଙ୍କୁ ଖିରି ସାଙ୍ଗରେ ବିଷ ଦେଇ ମାରିଦିଅନ୍ତୁ। କୌଳିକ ପଣ୍ଡା ଭଗବାନ ଗୋଚ୍ଛିକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଉଣା ନମିଳିବାରୁ ସେବାୟତ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷାକର୍ମୀ ତାଙ୍କ କାର୍ଯ୍ୟ କରିଛନ୍ତି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର କିଛି କରିବାର ନ ଥିଲା ବୋଲି ସେ କହିଛନ୍ତି।</p>

Related story