ବାପାଙ୍କୁ ନେଇ ହସ୍ପିଟାଲ ଆସିଥିଲେ ଝିଅ, ହେଲେ ସିକ୍ୟୁରିଟି ଗାର୍ଡ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ କାର୍ଯ୍ୟରତ ଉପେଦ୍ର ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି । ଭୂଷଣ୍ଡପୁର ଗାଁର ଜଣେ ମହିଳା ନିଜ ବାପାଙ୍କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ହେଲେ ତାଙ୍କୁ  ୬୦୦ ଟଙ୍କା ଦେଇ  ଘରକୁ ଚାଲିଯିବାକୁ କୁହାଯାଇଥିଲା।

ଅନ୍ୟପକ୍ଷରେ ଏହି ଅଭିଯୋଗ ଆସିବା ପରେ ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ କାର୍ଯ୍ୟରୁ ବାହାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।