ଟ୍ୟାଙ୍କରକୁ ପିଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ କନକବର୍ଦ୍ଧନ ଓ ସଙ୍ଗୀତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ ଶ୍ରୀ ସିଂହଦେଓଙ୍କ କାର ପଛପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ (କେଭି) ଓ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ। ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାରୁ ପ୍ରକାଶ, କେଭି ନିଜ ପତ୍ନୀଙ୍କ ସହ ଆଜି ଭୁବନେଶ୍ୱରରୁ […]

sangita

Manoranjan Sial
  • Published: Tuesday, 21 May 2019
  • , Updated: 21 May 2019, 07:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ ଶ୍ରୀ ସିଂହଦେଓଙ୍କ କାର ପଛପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ (କେଭି) ଓ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ। ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିରିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାରୁ ପ୍ରକାଶ, କେଭି ନିଜ ପତ୍ନୀଙ୍କ ସହ ଆଜି ଭୁବନେଶ୍ୱରରୁ ପାଟଣାଗଡ଼ ଅଭିମୁଖେ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ୟାଙ୍କରକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡ଼ିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ବର୍ତ୍ତିଯାଇଛନ୍ତି। ପରେ ଅନ୍ୟ ଏକ ଗାଡ଼ିରେ କେଭି ଓ ସଙ୍ଗୀତା ପାଟଣାଗଡ଼ ଯାଇଛନ୍ତି।

Related story