ଅଫଲାଇନ୍‌ରେ ବି ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୟସ୍କଙ୍କ ଟିକାକରଣ ଲାଗି ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ । ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ACS ପ୍ରଦୀପ୍ତ କୁମାର ମହାପାତ୍ର । ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ACS । ଆଜି ଅନଲାଇନ୍ ପଞ୍ଜୀକରଣ ବେଳେ […]

ccc

Niharika Rout
  • Published: Monday, 01 March 2021
  • , Updated: 01 March 2021, 02:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୟସ୍କଙ୍କ ଟିକାକରଣ ଲାଗି ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ । ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ACS ପ୍ରଦୀପ୍ତ କୁମାର ମହାପାତ୍ର ।

ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ACS । ଆଜି ଅନଲାଇନ୍ ପଞ୍ଜୀକରଣ ବେଳେ କେତେକ ସ୍ଥାନରେ ସମସ୍ୟା ଦେଖାଦେଇଥିଲା। ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟରେ LINK କାମ କରୁନଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ବହୁତ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଥିଲା  ।  ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବରିଷ୍ଠ ନାଗରିକ ।

ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣରେ ଆଜିଠାରୁ ଟିକା ନେଉଛନ୍ତି ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଜଟିଳ କିମ୍ବା ଏକାଧିକ ରୋଗକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ।   ସୂଚନାଯୋଗ୍ୟ, ପୁରୁଣା କୋଓ୍ୱିନ୍ ଆପ୍‌ର ଉନ୍ନତ ଭର୍ସନ୍ କୋଓ୍ୱିନ୍-ଟୁ ଆପ୍ ଡାଉନଲୋଡ୍ କରି କିମ୍ବା cowin.gov.in ୱେବସାଇଟ୍‌କୁ  ଯାଇ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ନିଜ ନାଁ ପଞ୍ଜିକରଣ କରିପାରିବେ ।

ଆରୋଗ୍ୟ ସେତୁ ଆପ୍‌ରୁ ମଧ୍ୟ କୋଓ୍ୱିନ୍ ପୋର୍ଟାଲକୁ ଯାଇହେବ । ଯିଏ ପଂଜୀକରଣ କରିନଥିବ, ସିଧାସଳଖ ଟିକାକରଣ କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ । ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳୁଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଏହାବ୍ୟତୀତ ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ ।

Related story