ଧରାପଡ଼ିଲେ କୋଟିପତି କିରାଣି, ମିଳିଲା ୫ କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପୂର୍ତ୍ତ ବିଭାଗର ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅସିତଙ୍କ ନିକଟରୁ ୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢାଉ ବେଳେ ତାଙ୍କର ଘରୁ ନଗଦ ସାଢ଼େ ୧୦ ଦଶ ଲକ୍ଷ ଟଙ୍କା ଏବଂ ୫ରୁ ଅଧିକ ଦାମୀ ମୋବାଇଲ ଫୋନ୍ ଜବତ ହୋଇଥିଲା, ଯାହାର ଆନୁମାନିକ […]

kirani

kirani

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 07:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପୂର୍ତ୍ତ ବିଭାଗର ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅସିତଙ୍କ ନିକଟରୁ ୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି। ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

ଚଢାଉ ବେଳେ ତାଙ୍କର ଘରୁ ନଗଦ ସାଢ଼େ ୧୦ ଦଶ ଲକ୍ଷ ଟଙ୍କା ଏବଂ ୫ରୁ ଅଧିକ ଦାମୀ ମୋବାଇଲ ଫୋନ୍ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ। ସେହିଭଳି ତାଙ୍କ ପାଖରୁ ସୁନା ଅଳଙ୍କାର, ଦାମୀ ଗାଡ଼ି ମଧ୍ୟ ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା। ଡୁମଡୁମାରେ ଥିବା ତିନି ମହଲା ବିଶିଷ୍ଟ ଆଲିସାନ୍ କୋଠାରୁ ଭିଜିଲାନ୍ସ ଏହି ଟଙ୍କା ଜବତ କରିଛି।

ସେପଟେ ଜଟଣୀରେ ଥିବା ଗୋଟିଏ ଡୁପ୍ଲେକ୍ସରେ ଚଢାଉ ସହ ଜଟଣୀରେ ଏକ ପ୍ଲଟ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ୍। ଅସିତଙ୍କ ଭୁବନେଶ୍ୱରସ୍ଥିତ ଆର ଆଣ୍ଡ ବି ଡିଭିଜନର ଏକ ଅଫିସ ସହ ତାଙ୍କ ଗଞ୍ଜାମ ଗୋଳନ୍ଥରାସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos