ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପୁଣି ଥରେ ପଡ଼ିଲେ ସରକାରୀ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ ହୋଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଜଗତସିଂହପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର, ଜଗତସିଂହପୁର ଟାଉନରେ ୨ ମହଲା ଘର, କଟକରେ ଥିବା ଫ୍ଲାଟ ଘରେ ବି ରେଡ୍ ହୋଇଛି। ଭିଜିଲାନ୍ସ ଟିମ୍ କିଛି ଦସ୍ତାବିଜ୍, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ଫ୍ଲାଇଟ ଟିକେଟ ସଂଗ୍ରହ କରି ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଇନ୍ସପେକ୍ଟର କହିଛନ୍ତି। ।