‘ମନ୍ତ୍ରୀଙ୍କର କିଛି କାମ କରିବାର ନାହିଁ, କେବଳ ଦସ୍ତଖତ କରିବେ’

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ଏଥର ତାଙ୍କ ମନ୍ତ୍ରିମଣ୍ଡଳରେ ବ୍ୟତିକ୍ରମ ଦେଖାଦେଇଛି। ଅନୁସୂଚିତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗର ଦାୟିତ୍ୱ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବଦଳରେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ଦିଆଯାଇଛି। ଏହା ଆଦିବାସୀଙ୍କ ପ୍ରତି ଅପମାନ ଓ ଉପହାସ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ଭିତରୁ କିଏ ଦକ୍ଷ, ତାହା […]

tara

Jitendra Garnayak
  • Published: Thursday, 06 June 2019
  • , Updated: 06 June 2019, 06:31 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ଏଥର ତାଙ୍କ ମନ୍ତ୍ରିମଣ୍ଡଳରେ ବ୍ୟତିକ୍ରମ ଦେଖାଦେଇଛି। ଅନୁସୂଚିତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗର ଦାୟିତ୍ୱ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବଦଳରେ ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ଦିଆଯାଇଛି। ଏହା ଆଦିବାସୀଙ୍କ ପ୍ରତି ଅପମାନ ଓ ଉପହାସ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି,“ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ଭିତରୁ କିଏ ଦକ୍ଷ, ତାହା କହିହେବ ନାହିଁ। ଏମାନଙ୍କର କିଛି କାମ କରିବାର ନାହିଁ। ଏମାନେ କେବଳ ଦସ୍ତଖତ କରନ୍ତି। ୨ରୁ ୩ ଜଣ ମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେବଳ ଦସ୍ତଖତ କରିବେ। ଉପରେ ସବୁ ନିଷ୍ପତ୍ତି ହେବା ପରେ ସଚିବ ଫାଇଲ୍‌ ଧରି କେବଳ ସେମାନଙ୍କ ଦସ୍ତଖତ ନେବାକୁ ଆସିବେ। ଆଉ ତା’ପରେ ଏମାନେ(ମନ୍ତ୍ରୀ) ଦସ୍ତଖତ କରିବେ। ଏମାନଙ୍କର କ’ଣ ଅଛି?”

ମନ୍ତ୍ରୀମାନେ କେବଳ ରବର ଷ୍ଟାମ୍ପ କି ବୋଲି ପଚରା ଯିବାରେ ତାରା କହିଛନ୍ତି,“ରବର ଷ୍ଟାମ୍ପରେ କଳା ଲାଗୁଛି। ଏମାନଙ୍କଠାରେ କଳା ବି ଲାଗିବାର ନାହିଁ। ସଚିବଙ୍କୁ ଉପରୁ ଯାହା ନିର୍ଦ୍ଦେଶ ଦିଆଯିବ, ସେମାନେ ତାହା କରିବେ। ଆଉ ସେହି ଫାଇଲ୍‌କୁ ମନ୍ତ୍ରୀମାନେ ଦସ୍ତଖତ କରିବା ପାଇଁ ବାଧ୍ୟ ହେବେ। ଇଏ ବ୍ୟୁରୋକ୍ରାସି ସରକାର। ଏହି ସରକାରରେ ମନ୍ତ୍ରୀ ବା ବିଧାୟକଙ୍କର କୌଣସି ନିଜସ୍ୱ କର୍ତ୍ତବ୍ୟ କିଛି ନାହିଁ।”

ସେ ଆହୁରି କହିଛନ୍ତି-“ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନାହାନ୍ତି ବୋଲି ଜନସାଧାରଣ ଭୋଟ୍ ଦେଉଛନ୍ତି। ଏଥିପାଇଁ ଓଡ଼ିଶାବାସୀ ଓ ଗଞ୍ଜାମବାସୀଙ୍କୁ ଧନ୍ୟବାଦ। ମୁଁ ଭାବୁଛି ଏହି ୫ ବର୍ଷ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଓଡ଼ିଆ ଭାଷାରେ କୁହନ୍ତୁ। ପୂର୍ବ ପରି ସଚିବଙ୍କ ଇଂରାଜୀ ଲେଖା ‘ବାଇ ବଉଣୀମାନେ ନମସ୍କାର’ ନ କୁହନ୍ତୁ।”

ସୂଚନାଯୋଗ୍ୟ, ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶ ସହିତ ସଂଖ୍ୟାଲଘୁ ଓ ପଛଆ ବର୍ଗ ବିକାଶ ବିଭାଗ ମନ୍ତ୍ରୀ କରାଯାଇଛି। ତେବେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି।

Related story