ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱରେ ବରିଷ୍ଠ ଆଇଏଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ରାଜ୍ୟର ଅଧିକାଂଶ ବରିଷ୍ଠ ଆଇଏଏସ୍ ଏବେ ଦ୍ୱନ୍ଦ୍ୱରେ। ‘ଫାଇଭ-ଟି’ କାର୍ଯ୍ୟକ୍ରମର ସଚିବ ଭାବେ ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟର ପରିସୀମା କ’ଣ ରହିବ ଓ ବରିଷ୍ଠ ଓ କନିଷ୍ଠ ଅଧିକାରୀମାନଙ୍କ ଆତ୍ମସମ୍ମାନବୋଧ ଓ ବରିଷ୍ଠତା ପୂର୍ବଭଳି ବଜାୟ ରହିବ କି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ମୁଖ୍ୟ ସଚିବ ପାହ୍ୟାର ଜଣେ ବରିଷ୍ଠ ଆଇଏଏସ୍ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ […]

v.k-pandian

v.k-pandian

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ରାଜ୍ୟର ଅଧିକାଂଶ ବରିଷ୍ଠ ଆଇଏଏସ୍ ଏବେ ଦ୍ୱନ୍ଦ୍ୱରେ। ‘ଫାଇଭ-ଟି’ କାର୍ଯ୍ୟକ୍ରମର ସଚିବ ଭାବେ ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟର ପରିସୀମା କ’ଣ ରହିବ ଓ ବରିଷ୍ଠ ଓ କନିଷ୍ଠ ଅଧିକାରୀମାନଙ୍କ ଆତ୍ମସମ୍ମାନବୋଧ ଓ ବରିଷ୍ଠତା ପୂର୍ବଭଳି ବଜାୟ ରହିବ କି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ମୁଖ୍ୟ ସଚିବ ପାହ୍ୟାର ଜଣେ ବରିଷ୍ଠ ଆଇଏଏସ୍ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁଭଳି ଢଙ୍ଗରେ ନିଷ୍ପତ୍ତି ନେଉଛନ୍ତି ତାହା ସର୍ବଭାରତୀୟ ସେବା ଅଫିସରମାନଙ୍କ ମନୋବଳକୁ ହ୍ରାସ କରିବା ସହିତ 'ୱାର୍କ- କଲଚର'କୁ ପ୍ରଭାବିତ କରିବ। ଯେକୌଣସି ପ୍ରଶାସନିକ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟ ସଚିବ କିମ୍ବା ତଦୁର୍ଦ୍ଧ୍ଵ ପାହ୍ୟାର ବରିଷ୍ଠ ଅଧିକାରୀମାନଙ୍କ ସହ ସରକାର ପରାମର୍ଶ କରିବାର ପରମ୍ପରା ରହିଆସିଥିଲା। କିନ୍ତୁ ଗତ କିଛିବର୍ଷ ଧରି ଏହି ପରମ୍ପରା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ଏବେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ୭ରୁ ଅଧିକ ଆଇଏଏସ୍ ଆବେଦନ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଅନୁମତି ଦେଉନାହାନ୍ତି। ଆଉ ଏହି ବରିଷ୍ଠ ପାହ୍ୟାର ସର୍ବାଧିକ ୪୦ ପ୍ରତିଶତ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯିବାର ବ୍ୟବସ୍ଥା ଥିବାବେଳେ ଏବେ ତାହା ୨୦% ବି ଛୁଇଁନି। ରାଜ୍ୟ ସରକାର ହାତଗଣତି ଅଫିସରଙ୍କ ହାତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଜାଡ଼ି ଦେଇ ଅନ୍ୟ ଅଫିସରମାନଙ୍କ ଦକ୍ଷତା ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି କରିସାରିଛନ୍ତି। ରାଜ୍ୟରେ ନିର୍ବାଚିତ ସରକାର ବିପୁଳ ଜନସମର୍ଥନ ସହ ଆସୁଥିବାବେଳେ କିଛି ଅଫିସରଙ୍କୁ ନେଇ ସମସ୍ତ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି। ବାକି ଆଇଏଏସ୍ ଅଫିସରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ହେଉନଥିବାରୁ ସେମାନେ ନିଜକୁ ଅସୁରକ୍ଷିତ ଓ ଅପାଂକ୍ତେୟ ବୋଲି ଅନୁଭବ କଲେଣି। ଏଭଳି ସ୍ଥିତି ଯୋଗୁ ପ୍ରଚଳିତ ସରକାରୀ ବ୍ୟବସ୍ଥାକୁ ନେଇ ଅଧିକାଂଶ ଆଇଏଏସ୍ ଅସନ୍ତୁଷ୍ଟ ମଧ୍ୟ ଅଛନ୍ତି।

ଆଉ ଏସବୁ ମଧ୍ୟରେ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସବୁ ବିଭାଗକୁ ତାଗିଦ୍ କରାଯାଇଛି। କମିଶନର ପାହ୍ୟାର ଅଫିସର୍ ଶ୍ରୀ ପାଣ୍ଡିଆନଙ୍କୁ ‘ଫାଇଭ-ଟି’ ସଚିବ ଭାବେ ନିଯୁକ୍ତି ଦେଇ ସବୁ ବିଭାଗର ‘ଫାଇଭ୍ ଟି’ କାର୍ଯ୍ୟକ୍ରମକୁ ତଦାରଖ କରିବାର ଅଧିକାର ଦିଆଯାଇଛି। ମାତ୍ରାଧିକ କାର୍ଯ୍ୟଚାପ ଓ ଏକାଧିକ ଦାୟିତ୍ୱରେ ଥିବା ପ୍ରମୁଖ ସଚିବ କିମ୍ବା ମୁଖ୍ୟ ସଚିବ ପାହ୍ୟାର ଅଫିସର ଯଦି କୌଣସି ସେମାନଙ୍କୁ ଆବଣ୍ଟିତ ବିଭାଗରେ ‘ଫାଇଭ-ଟି’ କାର୍ଯ୍ୟକ୍ରମକୁ ଠିକ୍ ଭାବେ ସମ୍ପାଦନ ନ କରନ୍ତି, ତା’ହେଲେ ତାଙ୍କୁ କିଏ କୈଫିୟତ ତଲବ କରିବ? ‘ଫାଇଭ-ଟି’ କାର୍ଯ୍ୟକ୍ରମର ସଚିବ ନା ମୁଖ୍ୟ ସଚିବ? ନା, ମୁଖ୍ୟମନ୍ତ୍ରୀଙ୍କ ନାଁରେ ‘ଫାଇଭ-ଟି’ ସଚିବ କରିବେ? ଯଦି ଫାଇଭ୍ ଟି ସଚିବ ନିଜେ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପ୍ରମୁଖ ସଚିବ ଓ ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କୁ ରିପୋର୍ଟ ତଲବ କରନ୍ତି, ତାହା ସର୍ବଭାରତୀୟ ସେବା ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ ହେବନି କି? ସରକାରଙ୍କ ରୁଲ୍ସ ଅଫ ବିଜିନେସ ଏହା ଦ୍ୱାରା ପ୍ରଭାବିତ ହେବନାହିଁ କି ବୋଲି ସମ୍ପୃକ୍ତ ମୁଖ୍ୟ ସଚିବ ପାହ୍ୟା ଅଫିସର ଓଲଟା ପ୍ରଶ୍ନ କରିଛନ୍ତି। ସବୁ ବିଭାଗର ବରିଷ୍ଠ ଅଧିକାରୀ( ପ୍ରମୁଖ ସଚିବ ଓ ମୁଖ୍ୟ ସଚିବ ପାହ୍ୟା)ମାନଙ୍କ ଚରିତ୍ର ପଞ୍ଜିକା ଲେଖିବା ଦାୟିତ୍ୱ ଏବେ ବୁଲେଇବଙ୍କେଇ ଶ୍ରୀ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ ହୋଇଛି। ତେଣୁ ସରକାର ଏସବୁ ଦ୍ୱନ୍ଦ୍ୱକୁ ନୋଟିଫିକେସନରେ ସ୍ପଷ୍ଟ ଭାବେ ଦୂର କରିବା ଉଚିତ୍ ବୋଲି ପୂର୍ବୋକ୍ତ ବରିଷ୍ଠ ଅଫିସର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos