ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଦେଇ ବରିଷ୍ଠ ସେବାୟତ ଗିରଫ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନାବାଳକ ସେବାୟତକୁ ଯୌନ ନିର୍ଯାତନା ଦେଉଥିଲେ ଜଣେ ବରିଷ୍ଠ ସେବାୟତ! ଏନେଇ କନିଷ୍ଠ ସେବାୟତଙ୍କ ବାପା ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ବରିଷ୍ଠ ସେବାୟତ ଲକ୍ଷ୍ମୀନାରାୟଣ ଖୁଣ୍ଟିଆକୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଦଫା ୨୯୪/୩୭୭/୫୦୬/୬ ସହ ପକ୍ସୋ ଆକ୍ଟ ଲାଗିଛି। ପୀଡ଼ିତ ନାବାଳକଙ୍କ ବାପାଙ୍କ […]

puri temple

puri temple

Manoranjan Sial
  • Published: Friday, 10 December 2021
  • Updated: 10 December 2021, 05:32 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନାବାଳକ ସେବାୟତକୁ ଯୌନ ନିର୍ଯାତନା ଦେଉଥିଲେ ଜଣେ ବରିଷ୍ଠ ସେବାୟତ! ଏନେଇ କନିଷ୍ଠ ସେବାୟତଙ୍କ ବାପା ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ବରିଷ୍ଠ ସେବାୟତ ଲକ୍ଷ୍ମୀନାରାୟଣ ଖୁଣ୍ଟିଆକୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଦଫା ୨୯୪/୩୭୭/୫୦୬/୬ ସହ ପକ୍ସୋ ଆକ୍ଟ ଲାଗିଛି।

ପୀଡ଼ିତ ନାବାଳକଙ୍କ ବାପାଙ୍କ ଦୃଷ୍ଟିହୀନ ଅଟନ୍ତି। ତେଣୁ ତାଙ୍କୁ ତାଙ୍କ ନାବାଳକ ପୁଅ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରନ୍ତି। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ତାଙ୍କ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲକ୍ଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ନାବାଳକ ଜଣକ ପ୍ରତିବାଦ କରିବାରୁ ଛାତି ଓ ଗାଲକୁ ଚିପାଚିପି କରି ଧମକ ଦେଇଥିଲା। ତୁ ମୋ’ ସହ ହୋଟେଲ ଯିବୁ, ନହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ବୋଲି ଲକ୍ଷ୍ମୀନାରାୟଣ ଧମକାଇଥିବା ଅଭିଯୋଗ ହୋଇଛି। ଭୟଭୀତ ହୋଇ ନାବାଳକ ଜଣକ ପୁଣି ଥରେ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲକ୍ଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲା। ଜୋର ଜବରଦସ୍ତ ମାଡ଼ ବସିଥିଲା। ଏହା ପରେ ନାବାଳକ ଜଣକ କାନ୍ଦି କାନ୍ଦି ପଳାଇ ଆସିଥିଲା। ଆଉ ଧମକ ଦେଇ କହିଥିଲା-କାହାକୁ କହିଲେ ଶ୍ରୀମନ୍ଦିରରେ ପଶି ପାରିବୁନି, ମାଡ଼ ମାରିବି। ଯେଉଁଥିପାଇଁ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲା ନାବାଳକ। ଏମିତି ନିର୍ଯାତନା ଦୀର୍ଘ ଦୁଇ ମାସ ଧରି ଦିଆଯାଉଥିଲା। ଯେଉଁଥିପାଇଁ ସେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲେ।

ତେବେ ନିର୍ଯାତନା ଅସହ୍ୟ ହେବାରୁ ନାବାଳକ ଜଣକ ତାଙ୍କ ବାପାଙ୍କୁ କହିଥିଲେ। ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସେବାୟତକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story