ଏନଜିଟି ସଦସ୍ୟ ହେଲେ ସିଦ୍ଧାନ୍ତ ଦାସ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା ସିଦ୍ଧାନ୍ତ ଦାସ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବାର ଥିଲା। ୧୯୮୨ ବ୍ୟାଚ୍‌ର ଏହି ଆଇଏଫଏସ ଅଧିକାରୀ ଏବେ ବନ ମହାନିର୍ଦ୍ଦେଶକ ପଦ ସମେତ […]

SIDHANTA

Debendra Prusty
  • Published: Wednesday, 04 September 2019
  • , Updated: 04 September 2019, 01:20 PM IST

ନୂଆଦିଲ୍ଲୀ: ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ।

ଏବେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନରେ ବନ ମହାନିର୍ଦ୍ଦେଶକ ଥିବା ସିଦ୍ଧାନ୍ତ ଦାସ ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବାର ଥିଲା। ୧୯୮୨ ବ୍ୟାଚ୍‌ର ଏହି ଆଇଏଫଏସ ଅଧିକାରୀ ଏବେ ବନ ମହାନିର୍ଦ୍ଦେଶକ ପଦ ସମେତ ପରିବେଶ ଓ ଜଙ୍ଗଲ ଏବଂ ପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପାହ୍ୟାରେ ମଧ୍ୟ ଅବସ୍ଥାପିତ ଅଛନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନକୁ ଯିବା ପୂର୍ବରୁ ଶ୍ରୀ ଦାସ ଓଡ଼ିଶାରେ ପ୍ରଧାନ ମୁଖ୍ୟ ସଂରକ୍ଷକ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ।

Related story