ସେପ୍ଟେମ୍ବରରୁ ରେଳ ଷ୍ଟେଶନରେ ବାହାରକୁ ଯାଉଥିବା ଶ୍ରମିକଙ୍କ ନାମ ପଞ୍ଜିକରଣ ହେବ: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଦାନଦ ଶ୍ରମିକ ସମସ୍ୟା ଚିନ୍ତାର କାରଣ ହୋଇଛି । ବାହାର ରାଜ୍ୟକୁ ଯାଇ ଶ୍ରମିକମାନେ ବାରମ୍ବାର ନିର୍ଯାତନାର ଶିକାର ହେଛନ୍ତି । ଏହାସତ୍ତ୍ୱେ ଦାଦାନ ଚାଲାଣ କମିବାର ନାଁ ଧରୁନାହିଁ । ଏପରି କି ବହୁ ଶ୍ରମିକ ନାମ ପଞ୍ଜିକରଣ ବିନା ବାହାରକୁ ଦାଦାନ ଖଟିବାକୁ ଚାଲିଯାଉଛନ୍ତି । ଯାହାର ସୂଚନା ଶ୍ରମ ବିଭାଗ ପାଖରେ ରହୁନାହିଁ । ଏହାକୁ ଦୃଷ୍ଟିରେ ରଖି ସବୁ ବର୍ଷ ପଶ୍ଚିମ ଓଡିଶାରୁ ଦାଦନ ଖଟିବାକୁ ଶ୍ରମିକ […]

smb

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 12:21 PM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଦାନଦ ଶ୍ରମିକ ସମସ୍ୟା ଚିନ୍ତାର କାରଣ ହୋଇଛି । ବାହାର ରାଜ୍ୟକୁ ଯାଇ ଶ୍ରମିକମାନେ ବାରମ୍ବାର ନିର୍ଯାତନାର ଶିକାର ହେଛନ୍ତି । ଏହାସତ୍ତ୍ୱେ ଦାଦାନ ଚାଲାଣ କମିବାର ନାଁ ଧରୁନାହିଁ । ଏପରି କି ବହୁ ଶ୍ରମିକ ନାମ ପଞ୍ଜିକରଣ ବିନା ବାହାରକୁ ଦାଦାନ ଖଟିବାକୁ ଚାଲିଯାଉଛନ୍ତି । ଯାହାର ସୂଚନା ଶ୍ରମ ବିଭାଗ ପାଖରେ ରହୁନାହିଁ । ଏହାକୁ ଦୃଷ୍ଟିରେ ରଖି ସବୁ ବର୍ଷ ପଶ୍ଚିମ ଓଡିଶାରୁ ଦାଦନ ଖଟିବାକୁ ଶ୍ରମିକ ମାନେ ଅନ୍ୟ ରାଜ୍ୟକୁ ଯାଇ ନିର୍ଯାତିତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଶ୍ରମ ବିଭାଗ, ଆନ୍ତର୍ଜାତିକ ଶ୍ରମିକ ସଙ୍ଗଠନ ସହ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଆଗାମୀ ସେପ୍ଟେମ୍ୱର ମାସରୁ ଏଥିପାଇଁ ରେଳ ଷ୍ଟେସନଗୁଡିକରେ ସ୍ୱତନ୍ତ୍ର କ୍ୟାମ୍ପ କରି ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ  ଅଧ୍ୟକ୍ଷ ସୁବାସ ସିଂ । ସମ୍ୱଲପୁରକୁ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସିଥିବା ଅବସରରେ ସେ କହିଛନ୍ତି ଯେ, ଲୋକନୃତ୍ୟ ଓ ଗୀତ ମାଧ୍ୟମରେ ଏ ନେଇ ଜନ ସଚେତନତା ସୃଷ୍ଟି କରାଯିବ। ଆନ୍ଧ୍ର ସରକାରଙ୍କ ସହ ଏ ନେଇ ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାଦ୍ୱାରା ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଉଭୟ ସରକାରଙ୍କ ପାଖରେ ରହିବ ଓ ସେମାନଙ୍କୁ ସେଠାରେ କିପରି ସର୍ବନିମ୍ନ ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ସବୁ ବ୍ୟବସ୍ଥା କରାଯିବ ବୋଲି ସିଂ କହିଛନ୍ତି।

Related story