ସେପ୍ଟେମ୍ୱର ୧୫ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୧୫ରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ହେବ। ଏଥିପାଇଁ ସମସ୍ତ ବୁଥ ଓ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ ଗ୍ରହଣ କରାଯିବ। ଏଥିରେ ନୂଆଁ ନାମ ଯୋଗ, ନାମ ବାଦ, ନାମ ସଂଶୋଧନ, ଗୋଟିଏ ବୁଥରୁ ଅନ୍ୟ ବୁଥକୁ ନାମ ପରିର୍ବତ୍ତନ ସହିତ ୨୦୧୬ ଜାନୁଆରୀ ୦୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ହେବାକୁ ଥିବା ନୁଆ ଭୋଟରମାନେ ଆବେଦନ କରିପାରିବେ। ଏଥିପାଇଁ ରାଜ୍ୟର ସମସ୍ତ ୩୫, […]

bbsr

bbsr

Rakesh Mallick
  • Published: Friday, 11 September 2015
  • Updated: 11 September 2015, 03:25 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୧୫ରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ହେବ। ଏଥିପାଇଁ ସମସ୍ତ ବୁଥ ଓ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ ଗ୍ରହଣ କରାଯିବ। ଏଥିରେ ନୂଆଁ ନାମ ଯୋଗ, ନାମ ବାଦ, ନାମ ସଂଶୋଧନ, ଗୋଟିଏ ବୁଥରୁ ଅନ୍ୟ ବୁଥକୁ ନାମ ପରିର୍ବତ୍ତନ ସହିତ ୨୦୧୬ ଜାନୁଆରୀ ୦୧ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ହେବାକୁ ଥିବା ନୁଆ ଭୋଟରମାନେ ଆବେଦନ କରିପାରିବେ। ଏଥିପାଇଁ ରାଜ୍ୟର ସମସ୍ତ ୩୫, ୮୯୬ ବୁଥରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ନିଯୁକ୍ତି କରାଯାଇଛି। ପ୍ରତ୍ୟେକ ବୁଥରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଦରଖାସ୍ତ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ସ୍ୱଚ୍ଛ ଓ ତୃଟିଶୂନ୍ୟ କରିବାପାଇଁ ସମସ୍ତ ଦରଖାସ୍ତକୁ କମ୍ପ୍ୟୁଟରୀକରଣ କରାଯାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ପ୍ରକାଶ କରାଯିବ ଓ ଏଥିରେ କୌଣସି ତୃଟିଥିଲେ ଜନସାଧାରଣ ନିର୍ବାଚନ ପଂଜିକରଣ ଅଧିକାରୀଙ୍କ ପାଖରେ ଅଭିଯୋଗ କରାପାରିବେ।

ଏହି ସମସ୍ତ ସଂଶୋଧନ କାର୍ଯ୍ୟକ୍ରମପରେ ଜାନୁୟାରୀ ୧୧ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପରେ ଫଟୋ ପରିଚୟ ପତ୍ର ପ୍ରସ୍ତୁତ କରାଯାଇ ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସରେ ଏହାକୁ ବଣ୍ଟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos