ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ପୋସ୍କୋ ସହ ଆଲୋଚନା

ଭୁବନେଶ୍ୱର: ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ପୋସ୍କୋ ସହିତ ବୈଠକ ହୋଇପାରେ । ଏ ନେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି । ସେ କହିଛନ୍ତି  ପୋସ୍କୋକୁ ଓଡିଶାରେ କରିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି। ଏହାକୁ ନେଇ ଯେଉଁ ସମସ୍ୟା ଆସୁଛି ତାର ସମାଧାନ କରାଯିବ । ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଏବଂ ଓଡିଶା ମୁଖ୍ୟ […]

posco

posco

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 12:49 PM IST

Sports

Latest News

ଭୁବନେଶ୍ୱର: ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ପୋସ୍କୋ ସହିତ ବୈଠକ ହୋଇପାରେ । ଏ ନେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି । ସେ କହିଛନ୍ତି  ପୋସ୍କୋକୁ ଓଡିଶାରେ କରିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଜାରି ରହିଛି। ଏହାକୁ ନେଇ ଯେଉଁ ସମସ୍ୟା ଆସୁଛି ତାର ସମାଧାନ କରାଯିବ । ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଏବଂ ଓଡିଶା ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ପୋସ୍କୋ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି । ପୋସ୍କୋ ନେଇ ବଲ୍ ବର୍ତ୍ତମାନ କେନ୍ଦ୍ରର କୋର୍ଟରେ ରହିଛି ବୋଲି ବିଜେଡି ସାଂସଦ ପିନାକି ମିଶ୍ର । ସେପଟେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଛନ୍ତି, କେନ୍ଦ୍ରର ନିୟମ ଅନୁଯାୟୀ ପୋସ୍କୋକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପଡିବ। ଏହାଛଡା ଓଏମସି ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜରେ ରାଜ୍ୟ ସରକାର ପୋସ୍କୋକୁ ଖଣି ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos