ସିରିଜ୍‌ ଦୁର୍ଘଟଣା: ପୁଲିସ୍ ଗାଡ଼ି ଚେପା, ଟ୍ରକ୍ ଚୂନା

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋରରେ ସିରିଜ୍‌ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ସୋରର ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ କର୍ମଚାରୀମାନେ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି […]

accident

accident

Jitendra Garnayak
  • Published: Saturday, 08 December 2018
  • Updated: 08 December 2018, 11:31 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋରରେ ସିରିଜ୍‌ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୩ଟା ବେଳେ ସୋରର ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ।

ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ କର୍ମଚାରୀମାନେ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଓହ୍ଲାଇ ଥିଲେ। ଏହି ସମୟରେ ଏକ ଟ୍ରକ୍ ପୁଲିସ୍ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ପୁଲିସ୍ ଗାଡ଼ିଟି ଭାଙ୍ଗିରୁଜି ଯାଇଛି।

ସେହିପରି ସୋର ଥାନା ସମ୍ମୁଖରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇ ଫେରାର ହୋଇଯାଇଛି। ଏଥିରେ କେହି ହତାହତ ହୋଇଥିବା ଖବର ନାହିଁ। ତେବେ ଛିଡ଼ା ହୋଇଥିବା ଟ୍ରକ୍‌ର ସମ୍ମୁଖ ଭାଗ ଚୂନା ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos