ଜାନୁଆରୀରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଦ୍ରୁତ ସୁଧାର ଜାରି ରହିଥିବାବେଳେ ଚଳିତମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସେହିପରି ଜାନୁଆରୀ ମାସରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କୋଭିଡ୍ ପରିସ୍ଥିତିର ସମୀକ୍ଷାବେଳେ ଏହି ସୂଚନା ମିଳିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦେଶରେ ଟିକାକରଣ ପ୍ରକ୍ରିୟା ଏକବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ […]

sero

Tapas Behera
  • Published: Thursday, 10 December 2020
  • , Updated: 11 December 2020, 07:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଦ୍ରୁତ ସୁଧାର ଜାରି ରହିଥିବାବେଳେ ଚଳିତମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସେହିପରି ଜାନୁଆରୀ ମାସରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କୋଭିଡ୍ ପରିସ୍ଥିତିର ସମୀକ୍ଷାବେଳେ ଏହି ସୂଚନା ମିଳିଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦେଶରେ ଟିକାକରଣ ପ୍ରକ୍ରିୟା ଏକବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି। ତେଣୁ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀକୁ ପୂର୍ବଭଳି ଜାରି ରଖିବା ଉଚିତ୍। ଦେଶରେ ଟିକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି। କୋଭିଡ୍ ଯୋଗୁ ଉପୁଜିଥିବା ଅର୍ଥନୀତିକ ଆହ୍ୱାନର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀ, ମିଶନଶକ୍ତି ଓ ,ଏମଏସଏମଇମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତା ୨୨ତାରିଖରେ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି କହିଛନ୍ତି।

ଏବେ ରାଜ୍ୟରେ କୋଭିଡ୍ ଆରୋଗ୍ୟ ହାର ଏବେ ୯୮.୫୨ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ହାର ମଧ୍ୟ ପ୍ରଥମଥର ନିମନ୍ତେ ୧ ପ୍ରତିଶତରୁ ହ୍ରାସ ପାଇଁ ୦.୯୬ ପ୍ରତିଶତ ରହିଛି। ଟୀକାକରଣର ମଡ୍ୟୁଲ ଅନୁସାରେ ସମସ୍ତ ପ୍ରସ୍ତୁତି କରାଯାଉଛି। ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ। କୋଲଡ୍ ଚେନ୍ , ସିରିଞ୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

Related story