ରାଉରକେଲାରେ ଆଜିଠୁ ସେରୋ ସର୍ଭେ

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ତେବେ ରାଉରକେଲା ସହରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି l ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ରାଉରକେଲା ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭିଲାନ୍ସ l ସେରୋ ସର୍ଭେ ନିମନ୍ତେ ଭୁବନେଶ୍ୱର  ଆରଏମସିର ଏକ ୧୭ ଜଣିଆ ଟିମ୍ […]

sero-1

Niharika Rout
  • Published: Monday, 31 August 2020
  • , Updated: 31 August 2020, 10:38 AM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହା ଏବେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି। ତେବେ ରାଉରକେଲା ସହରରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି l ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ରାଉରକେଲା ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭିଲାନ୍ସ l

ସେରୋ ସର୍ଭେ ନିମନ୍ତେ ଭୁବନେଶ୍ୱର  ଆରଏମସିର ଏକ ୧୭ ଜଣିଆ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ମହାନଗର ନିଗମ କମିଶନରଙ୍କ ଅଧ୍ୟକ୍ଷତାରେ ଆରଏମସି ଟିମ୍‌ ଓ  ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି l  ରାଉରକେଲା ଓ ତାହାର ଆଖପାଖ ଅଞ୍ଚଳରୁ ପ୍ରାୟ ୨୫୦୦ ସହ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି l ଜିଲ୍ଲାରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୦୦  ଥିବା ବେଳେ  ୩୪୩୩  ଜଣ ସୁସ୍ଥ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୯୨୮  ଆକ୍ଟିଭ କେସ୍‌ ଥିବା ବେଳେ  ୩୫ ଜଣ କରୋନାରେ ଆଖି ବୁଜି ସାରିଲେଣି।

Related story