ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ୫୧୧୫ ଜଣ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ ୩୨୧୭ ଜଣ କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କରୋନା ସଂକ୍ରମଣ ରୋକିବାକୁ ଲକ୍ଡାଉନ୍, ଶଟଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୁଲିସ୍ କର୍ମଚାରୀ। ଏବେ ଏହି ଆଗ ଧାଡ଼ିର ଯୋଦ୍ଧାଙ୍କର ସେରୋଲୋଜିକାଲ ସର୍ଭେ କରାଯାଇଛି ।
ଗତକାଲି ଭୁବନେଶ୍ୱର ପୋଲିସ ଭବନରେ ଶତ ପ୍ରତିଶତ ପୁଲିସ୍ କର୍ମଚାରୀଙ୍କର ସେରୋଲୋଜିକାଲ ସର୍ଭେ କରାଯାଇଛି । ଏଥିପାଇଁ RMRC ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତିଙ୍କୁ ପୁଲିସ୍ ବିଭାଗ ତରଫରୁ ଧନ୍ୟବାଦ ଦିଆଯାଇଛି । ରିପୋର୍ଟ ଆସିବା ପରେ କିପରି ଭାବେ କରୋନା ମୁକାବିଲା ନିମନ୍ତେ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯିବ, ସେଥିପାଇଁ ନୂଆ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।