ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଦିପ୍ତୀ ପ୍ରକାଶଙ୍କ ଜଗତସିଂହପୁରସ୍ଥିତ ମଙ୍ଗଳା କଲୋନୀରେ ଥିବା ବାସଭବନ, ବିସପିତ୍ତଳସ୍ଥିତ ପୈତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ଅଧିକାରୀ ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି। ଚଢ଼ଉ ଶେଷ […]

vigilace-raid9

Tapaswini Nayak
  • Published: Monday, 30 December 2019
  • , Updated: 30 December 2019, 11:20 AM IST

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଦିପ୍ତୀ ପ୍ରକାଶଙ୍କ ଜଗତସିଂହପୁରସ୍ଥିତ ମଙ୍ଗଳା କଲୋନୀରେ ଥିବା ବାସଭବନ, ବିସପିତ୍ତଳସ୍ଥିତ ପୈତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ଅଧିକାରୀ ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି।

ଚଢ଼ଉ ଶେଷ ହୋଇ ନ ଥିବା ବେଳେ ତାଙ୍କ ଘରୁ ତିନି ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଭିଜିଲାନ୍ସର ଦୁଇଟି ଟିମ୍‌ ଏହି ଚଢ଼ଉ କରୁଛନ୍ତି।

Related story