ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅନଲକ୍-ଥ୍ରୀ ଗାଇଡଲାଇନ୍ ପରେ ରାଜ୍ୟରେ ଜିମ୍ ଓ ସପିଙ୍ଗ୍ ମଲ୍ ଖୋଲିଥିବାକୁ ଅନୁମତି ମିଳିଥିବା ବେଳେ ମନ୍ଦିରକୁ ଅନୁମତି ମିଳୁନି କାହିଁକି? କୋଭିଡ୍ ନିୟମ ପାଳନ ସହ ପୁରୀ ଶ୍ରୀମନ୍ଦିର ଓ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର ଖୋଲିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ଏପଟେ ମନ୍ଦିର ଖୋଲିବା ଦାବିକୁ ଜୋର୍ କରିଛନ୍ତି ଗଲା ୪ ମାସ ଧରି ଦୁର୍ଦ୍ଦଶାରେ ଦିନ କାଟୁଥିବା ବିଭିନ୍ନ ମନ୍ଦିରର ପୂଜକ ଓ ସେବାୟତ। ତେଣେ […]

709-1

709-1

Tapas Behera
  • Published: Monday, 03 August 2020
  • Updated: 04 August 2020, 07:05 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅନଲକ୍-ଥ୍ରୀ ଗାଇଡଲାଇନ୍ ପରେ ରାଜ୍ୟରେ ଜିମ୍ ଓ ସପିଙ୍ଗ୍ ମଲ୍ ଖୋଲିଥିବାକୁ ଅନୁମତି ମିଳିଥିବା ବେଳେ ମନ୍ଦିରକୁ ଅନୁମତି ମିଳୁନି କାହିଁକି? କୋଭିଡ୍ ନିୟମ ପାଳନ ସହ ପୁରୀ ଶ୍ରୀମନ୍ଦିର ଓ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର ଖୋଲିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ଏପଟେ ମନ୍ଦିର ଖୋଲିବା ଦାବିକୁ ଜୋର୍ କରିଛନ୍ତି ଗଲା ୪ ମାସ ଧରି ଦୁର୍ଦ୍ଦଶାରେ ଦିନ କାଟୁଥିବା ବିଭିନ୍ନ ମନ୍ଦିରର ପୂଜକ ଓ ସେବାୟତ। ତେଣେ ରାଜ୍ୟରେ କୋରନା ସ୍ଥିତିକୁ ବିଚାରକୁ ନେଇ ଖୁବଶୀଘ୍ର ଏ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।

କୋଭିଡ୍ ଗାଇଡଲାଇନ୍ ପାଳନ ସହ ଭକ୍ତଙ୍କୁ ମିଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ସାମାଜିକ ଦୂରତା ନିୟମ ଆଧାରରେ ଖୋଲାଯାଉ । ରାଜ୍ୟର ସମସ୍ତ ମନ୍ଦିର କରୋନା ସଂକ୍ରମଣ ରୋକିବାକୁ ଗଲା ୪ ମାସ ଧରି ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିରରେ ତାଲା ବନ୍ଦ୍ ସ୍ଥିତି ଲାଗି ରହିଥିବାରୁ ଏସବୁ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଦାଏର ହୋଇଛି  ଜନସ୍ୱାର୍ଥ ମାମଲା । ଆଜି ଏ ସଂପର୍କିତ ଏକ PIL ଦାଏର୍ ସହ ଏଥିରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ସଚିବ, ଆଇନ ସଚିବ, ଏସ୍ଆରସି, ଦେବୋତ୍ତର କମିଶନ୍ ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରି ଏମାନଙ୍କୁ ସୋ କଜ୍ ଜାରି କରିବାକୁ ପ୍ରାର୍ଥନା କରାଯାଇଛି । ଯଥେଷ୍ଟ କାରଣ ଦର୍ଶାଇ ନପାରିଲେ ଧର୍ମାନୁଷ୍ଠାନ ବନ୍ଦ ଉପରେ ସରକାର ଲଗାଇଥିବା କଟକଣାକୁ ଖାରଜ ପାଇଁ ନିବେଦନ କରିଛନ୍ତି ଆବେଦନକାରୀ । ଆହୁରି ମଧ୍ୟ ଦର୍ଶାଇଛନ୍ତି ଯଦି କେନ୍ଦ୍ର ଗୃହମନ୍ତ୍ରାଳୟ ଅନଲକ୍ ଥ୍ରୀ ଗାଇଡାଲାଇନ୍ସ ପରେ ରାଜ୍ୟରେ ଯଦି ଜିମ୍, ସପିଙ୍ଗ୍ ମଲ୍ ଖୋଲିବାକୁ ଅନୁମତି ମିଳିଛି, ତେବେ କୋଭିଡ୍ ନିୟମ ପାଳନ ସହ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା କାହିଁକି?

ଜୁନ ୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନଲକ୍ ଓ୍ୱାନ୍ ଗାଇଡଲାଇନ୍ସରେ ଜୁନ୍ ୮ ତାରିଖରୁ ଦେଶବ୍ୟାପୀ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏହା ପରେ ବି ମାସାଧିକ କାଳ ଧରି ରାଜ୍ୟର ମନ୍ଦିରଗୁଡ଼ିକରେ ତାଲା ଝୁଲିଥିବାରୁ ସଙ୍କଟରେ ହଜାର ହଜାର ପୂଜାରୀ ଓ ସେବାୟତ ବିଶେଷକରି ଶ୍ରଦ୍ଧାଳୁଙ୍କ ଦାନ ଦକ୍ଷିଣା ଉପରେ ନିର୍ଭର କରି ଚଳୁଥିବା ସେବାୟତଙ୍କ ରୋଜଗାରରେ ବି ତାଲା ଲାଗିଛି । ଦୀର୍ଘ ୪ ମାସ ଧରି କୋରନା କଟକଣାରୁ ମୁକୁଳି ପାରିନଥିବାରୁ ରାଜ୍ୟର ଶହ ଶହ ଛୋଟ ବଡ଼ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ତୁରନ୍ତ କଟକଣା ପ୍ରତ୍ୟାହାର ପାଇଁ ଦାବି କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା। ଏଣେ ମଠ ମନ୍ଦିର ଖୋଲିବା ଦାବି ଜୋର ଧରିବା ପରେ ସରକାରଙ୍କ ଗାଇଡଲାଇନ୍ ଓ ରାଜ୍ୟରେ କୋରନା ସ୍ଥିତିକୁ ବିଚାରକୁ ନେଇ ଖୁବଶୀଘ୍ର ଏ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ।

ସେପଟେ କାକଟପୁର ମଙ୍ଗଳା ମନ୍ଦିରର ୧୫ ଜଣ ସେବାୟତଙ୍କ ପକ୍ଷରୁ ସମାନ ଦାବି ନେଇ ହାଇକୋର୍ଟରେ ଏକ ମାମଲା ଦାଏର ହୋଇଛି। ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ଏବଂ ଅନୁମତି ମିଳିବା ଯାଏଁ ସେବାୟତମାନଙ୍କୁ ସରକାର ମାସିକ ୧୫ ହଜାର ଟଙ୍କା  ଲେଖାଏଁ ସହାୟତା ପାଇଁ ସେବାୟତମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos