ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୭ଜଣଙ୍କ ମଧ୍ୟରେ ୭ ବିଦେଶୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଓ ଶଟଡାଉନ୍ ଭଳି କଠୋର ପଦକ୍ଷେପ ସରକାର ନେଉଥିବାବେଳେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କୁ ନେଇ ଚିନ୍ତା ବଢ଼ିଛି। ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୭ଜଣଙ୍କ ମଧ୍ୟରୁ ୨୧ଜଣଙ୍କ ନମୂନା ନେଗେଟିଭ୍ ଥିବାବେଳେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ବି ୫ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଏହି ମୋଟ ୨୭ଜଣଙ୍କ ମଧ୍ୟରେ ୭ଜଣ ବିଦେଶୀ ନାଗରିକ ରହିଥିବା ରାଜ୍ୟ ସରକାରଙ୍କ […]

dc

dc

Hemant Lenka
  • Published: Friday, 03 April 2020
  • Updated: 03 April 2020, 06:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଓ ଶଟଡାଉନ୍ ଭଳି କଠୋର ପଦକ୍ଷେପ ସରକାର ନେଉଥିବାବେଳେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କୁ ନେଇ ଚିନ୍ତା ବଢ଼ିଛି। ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୭ଜଣଙ୍କ ମଧ୍ୟରୁ ୨୧ଜଣଙ୍କ ନମୂନା ନେଗେଟିଭ୍ ଥିବାବେଳେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ବି ୫ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଏହି ମୋଟ ୨୭ଜଣଙ୍କ ମଧ୍ୟରେ ୭ଜଣ ବିଦେଶୀ ନାଗରିକ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ ତବଲିଗି ଜମାତରେ ଯୋଗ ଦେଇ ମୋଟ ୨୭ଜଣ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ବିଦେଶୀ ଅଛନ୍ତି। ଏହି ବିଦେଶୀ ନାଗରିକ କୋଲକାତା ବାଟ ଦେଇ ଆସିଥିଲେ ଓ ତାଳଚେର ବୁଲି ଯାଇଛନ୍ତି। ସେମାନେ ତାଳଚେରରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୂନା ସଂଗ୍ରହ କରାଯାଇଛି।

ନିଜାମୁଦ୍ଦିନ ଫେରନ୍ତା ସମସ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ କଡ଼ା ପର୍ଯ୍ୟବେକ୍ଷଣରେ ରଖାଯାଇଛି। ନିଜାମୁଦ୍ଦିନର ତବଲିଗି ଜମାତରେ ଯୋଗ ଦେଇଥିବା ଓଡ଼ିଶାର ୪୦ଜଣ ବ୍ୟକ୍ତି ଏବେ ବି ଦିଲ୍ଲୀ, ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଟକି ରହିଛନ୍ତି। ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ପଞ୍ଚମ କରୋନା ସଂକ୍ରମିତଙ୍କର କୌଣସି ଟ୍ରାଭେଲ ଇତିହାସ ନଥିବାରୁ ସେ କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ୁନି। ସେହିଭଳି କଟକ ମହାନଗର ନିଗମ ଓ ଭଦ୍ରକ ସହରରେ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ହୋଇଥିବାରୁ ୪୮ଘଣ୍ଟିଆ ଶଟଡାଉନ୍ ମାଧ୍ୟମରେ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story