୧୫ ହଜାର ଟଙ୍କାରେ ବିକ୍ରି ହେଲା ଶିଶୁ କନ୍ୟା

ସମ୍ବଲପୁର:(ଓଡ଼ିଶା ରିପୋର୍ଟର) ସମ୍ବଲପୁର ଚାରମାଲ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୫ ହଜାର ଟଙ୍କାରେ ମାସେ ୭ ଦିନର ଶିଶୁକୁ ବିକ୍ରି କରାଯାଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଚାରମାଲ ଥାନା କେଉଟିବାହାଳି ଗାଁର ଏକ ଦମ୍ପତି ତାଙ୍କର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ଚାରମାଲ ପୋଲିସ। ରେଢାଖୋଲ ମେଡିକାଲରେ […]

4-9-8

Tapas Behera
  • Published: Wednesday, 28 October 2020
  • , Updated: 28 October 2020, 09:54 PM IST

ସମ୍ବଲପୁର:(ଓଡ଼ିଶା ରିପୋର୍ଟର) ସମ୍ବଲପୁର ଚାରମାଲ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୫ ହଜାର ଟଙ୍କାରେ ମାସେ ୭ ଦିନର ଶିଶୁକୁ ବିକ୍ରି କରାଯାଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଚାରମାଲ ଥାନା କେଉଟିବାହାଳି ଗାଁର ଏକ ଦମ୍ପତି ତାଙ୍କର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ଚାରମାଲ ପୋଲିସ।

ରେଢାଖୋଲ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଶିଶୁକୁ ଆଇନ ଅନୁଯାୟୀ ରଖାଯିବ ବୋଲି ଚାଇଲଡ ଲାଇନ ସଦସ୍ୟ କହିଛନ୍ତି। ଏପଟେ ବିବାହ ପରେ କୌଣସି ସନ୍ତାନ ନହେବାରୁ କୋର୍ଟରେ ସତ୍ୟପାଠ କରି ଶିଶୁକୁ କିଣିଥିବା ଦମ୍ପତି କହିଛନ୍ତି। ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ୍ ପଚାଉଚରା କରୁଛି।

Related story