ମାନବବାଦ ସଂଗଠନର ଅମାନବୀୟ କାଣ୍ଡ, ୭ ଜଣଙ୍କ ନାଁରେ ମାମଲା ରୁଜୁ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପପୁଅଙ୍କୁ କୋଠଘରେ ପୂରାଇ ନିସ୍ତୁକ ମାଡ଼ ମରାଯିବା ଘଟଣାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ସେମାନଙ୍କୁ ମାଡ଼ ମରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଆକ୍ରମଣର ଶିକାର ହୋଇଥିବା ମାଗୁଣି ନାୟକ ଗତକାଲି ବେଗୁନିଆ ଥାନାରେ ଏତଲା ଦେଇଥିଲେ।  ଏହା ପରେ ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ଅଭିଯୋଗ ଅନୁଯାୟୀ, କଡ଼ବ ଗାଁର […]

khodhaa

Tapaswini Nayak
  • Published: Saturday, 28 August 2021
  • , Updated: 28 August 2021, 11:03 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପପୁଅଙ୍କୁ କୋଠଘରେ ପୂରାଇ ନିସ୍ତୁକ ମାଡ଼ ମରାଯିବା ଘଟଣାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ସେମାନଙ୍କୁ ମାଡ଼ ମରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଆକ୍ରମଣର ଶିକାର ହୋଇଥିବା ମାଗୁଣି ନାୟକ ଗତକାଲି ବେଗୁନିଆ ଥାନାରେ ଏତଲା ଦେଇଥିଲେ।  ଏହା ପରେ ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ଅଭିଯୋଗ ଅନୁଯାୟୀ, କଡ଼ବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର ସାମିଲ ହେବାକୁ କୁହାଯାଇଥିଲା। ହେଲେ ସେମାନେ ସଂଗଠନରେ ସାମିଲ ନ ହେବାରୁ ସେମାନଙ୍କୁ ନୃଶଂସ ଭାବେ ମାଡ଼ ମରାଯାଇଥିଲା। ବେଲ୍ଟରେ କିଛି ଯୁବକ ଉଭୟଙ୍କୁ ପିଟିଥିଲେ। ମାଡ଼ ମରାଯିବା ବେଳେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ପରେ ସେହି ଭିଡିଓକୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଥିଲା, ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ପୂର୍ବରୁ ଏହି ମାନବବାଦୀ ସଂଗଠନ ପକ୍ଷରୁ କରଡ଼ଗାଡ଼ିଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଅଯାଇଥିବା ଅଭିଯୋଗ ହୋଇଥିଲା।  ସେହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା।

 

Related story