ତାତି ଜୋର ଧରୁଛି; ୧୨ଟି ସହରରେ ପାରଦ ୪୦ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରହିଥିଲା। ସେହିପରି ହୀରାକୁଦରେ ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୩.୬, ବଲାଙ୍ଗିରରେ ୪୩.୫, ତାଳଚେରରେ ୪୩.୧, ଅନୁଗୋଳରେ ୪୨.୭, ସୁନ୍ଦରଗଡ଼ରେ ୪୨.୫ ଓ ଭବାନୀପାଟଣାରେ ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭୁବନେଶ୍ୱରରେ ତାପମାତ୍ରା ୩୭.୩ ଡିଗ୍ରୀ ରହିଥିବା ବେଳେ କଟକରେ […]

ttt

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 07:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରହିଥିଲା। ସେହିପରି ହୀରାକୁଦରେ ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୩.୬, ବଲାଙ୍ଗିରରେ ୪୩.୫, ତାଳଚେରରେ ୪୩.୧, ଅନୁଗୋଳରେ ୪୨.୭, ସୁନ୍ଦରଗଡ଼ରେ ୪୨.୫ ଓ ଭବାନୀପାଟଣାରେ ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଭୁବନେଶ୍ୱରରେ ତାପମାତ୍ରା ୩୭.୩ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୫ ଡିଗ୍ରୀ ରହିଥିଲା। ଚାନ୍ଦବାଲିରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପୁରୀରେ ୩୩.୦, କୋରାପୁଟରେ ୩୪.୬, ଦାରିଙ୍ଗବାଡ଼ିରେ ୩୫.୩ ଓ ଗୋପାଳପୁରରେ ୩୨.୧ ଡିଗ୍ରୀ ରେକର୍ଡ କରାଯାଇଥିଲା।

Related story