ପଶ୍ଚିମବଙ୍ଗ ଅଶାନ୍ତ, ଏହି ସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି। ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରI ନୟାବାଜ ଓ ନଳପୁର ଷ୍ଟେସନମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡ଼ିଶା ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ଟ୍ରେନ୍‌ ପ୍ରଭାବିତ ହୋଇଛି। ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛି। ଓଡ଼ିଶା ଦେଇ ଯାଉଥିବା […]

train

Manoranjan Sial
  • Published: Saturday, 14 December 2019
  • , Updated: 14 December 2019, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଛି ଉତ୍ତେଜନା ପରିସ୍ଥିତି। ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରI ନୟାବାଜ ଓ ନଳପୁର ଷ୍ଟେସନମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡ଼ିଶା ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ଟ୍ରେନ୍‌ ପ୍ରଭାବିତ ହୋଇଛି। ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛି।

ଓଡ଼ିଶା ଦେଇ ଯାଉଥିବା ଟ୍ରେନଗୁଡିକୁ ଆଜି ହାଓଡାରୁ ବାତିଲ ହୋଇଛି। ସେଗୁଡିକ ହେଲା ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ, ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ, ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ, ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ ଓ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ।

ସେହିପରି ଯଶୋବନ୍ତପୁର-ହାଓଡା ଦୂରନ୍ତ ଏକ୍ସପ୍ରେସ ଭଦ୍ରକରେ ଅଟକିଛି। ଫଲକନମା ଏକ୍ସପ୍ରେସ ଯାଜପୁରରେ, ଧଉଳୀ ଏକ୍ସପ୍ରେସ କଟକରେ ଅଟକିଛି। ଶତାବ୍ଦୀ ଏକ୍ସପ୍ରେସ ଖଡ଼ଗପୁରରୁ ଓ ଜନଶତାବ୍ଦୀ ମେଛେଦାରୁ ଫେରିବ। ଆଜି ପୁରୀ-ଦିଘା ଏକ୍ସପ୍ରେସକୁ ବାତିଲ କରାଯାଇଛି। ଆସନ୍ତାକାଲି ପୁରୀ-ସଂତ୍ରାଗାଛି ପାସେଞ୍ଜର ଓ ପୁରୀ-ଖୋର୍ଦ୍ଧାରୋଡ୍‌ ଟ୍ରେନକୁ ବାତିଲ କରାଯାଇଛି। ସେହିପରି କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି। ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ। ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦIଠାରୁ ଫେରିବ।

Related story