ବାଜି ରାଉତଙ୍କୁ ମନେ ପକାଇଲେ ବିରେନ୍ଦ୍ର: ବଖାଣିଲେ ବଳିଦାନର କାହାଣୀ

Ordigital Desk
  • Published: Tuesday, 14 November 2017
  • , Updated: 14 November 2017, 09:28 PM IST
<p>ନୂଆଦିଲ୍ଲୀ: ଶିଶୁ ଦିବସରେ ଓଡ଼ିଶାର ବୀରପୁତ୍ର ସହିଦ ବାଜି ରାଉତଙ୍କୁ ମନେ ପକାଇ ଟ୍ୱିଟ୍&zwnj; କରିଛନ୍ତି କ୍ରିକେଟର ବିରେନ୍ଦ୍ର ସେହୱାଗ। ବାଜି ରାଉତଙ୍କୁ &nbsp;ସେହଓ୍ୱାଗ୍ ଦେଶର ଜଣେ ଶ୍ରେଷ୍ଠ ବାଲ୍ୟ ସହିଦ୍&zwnj; ମାନ୍ୟତା ଦେବା ସହ ସେ ଅଧିକ ସମ୍ମାନ ଓ ସ୍ୱିକୃତି ପାଇବାକୁ ହକ୍&zwnj;ଦାର ବୋଲି ଲେଖିଛନ୍ତି । ତା&rsquo;ସହ ସେ ବାଜି ରାଉତଙ୍କ&nbsp; ବୀରତ୍ୱର ଗାଥା ମଧ୍ୟ ବଖାଣିଛନ୍ତି ସେହଓ୍ୱାଗ୍। ବ୍ରିଟିଶ ସୈନ୍ୟକୁ ରୋକିବାକୁ ବାଜି ରାଉତ କିପରି ନିଜ ଜୀବନଙ୍କୁ ବାଜି ଲଗାଇ ଦେଇଥିଲେ, ଜଣେ ବାଳକ ହୋଇ କିଭଳି ଅସାଧାରଣ ସାହସର ପରିଚୟ ଦେଇଥିଲେ ସେ କଥା ଉଲ୍ଲେଖ କରିଛନ୍ତି। ସେହଓ୍ୱାଗ୍ ବାଜି ରାଉତଙ୍କ ସହ ସହିଦ ଲକ୍ଷ୍ମଣ ମଲ୍ଲିକ, ଫଗୁ ସାହୁ, ହୃଷି ପ୍ରଧାନ ଏବଂ ନଟ ମଲ୍ଲିକଙ୍କୁ ସଂପର୍କରେ ମଧ୍ୟ ଟ୍ୱିଟ୍&zwnj;ରେ ଉଲ୍ଲେଖ କରିଛନ୍ତି।&nbsp; ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦ୍ ବାଜି ରାଉତଙ୍କ ନିକଟରେ ସମସ୍ତେ ନତମସ୍ତକ ହେବା ଦରକାର ବୋଲି ସେ ଲେଖିଛନ୍ତି ।</p> <p>&amp;nbsp;</p>

Related story