ସେକ୍ସ ରାକେଟ୍ ଠାବ, ୪ ଗିରଫ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ସେକ୍ସ ରାକେଟ୍ ଠାବ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଇନ୍ଦ୍ର ଲଜ୍‌ ଉପରେ ଦେହ ବେପାର ଚାଲିଥିବା ନେଇ ଗତକାଲି ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ଏହି ସମୟରେ ଅସଞ୍ଜତ ଅବସ୍ଥାରେ ଥିବା ୩ ଗ୍ରାହକଙ୍କୁ ଗିରଫ କରାଯାଇଥିବା ବେଳେ ୩ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି […]

gajapati

Jitendra Garnayak
  • Published: Monday, 06 May 2019
  • , Updated: 06 May 2019, 09:50 AM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏକ ସେକ୍ସ ରାକେଟ୍ ଠାବ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି।

ପାରଳାଖେମୁଣ୍ଡି ସ୍ଥିତ ଇନ୍ଦ୍ର ଲଜ୍‌ ଉପରେ ଦେହ ବେପାର ଚାଲିଥିବା ନେଇ ଗତକାଲି ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ଏହି ସମୟରେ ଅସଞ୍ଜତ ଅବସ୍ଥାରେ ଥିବା ୩ ଗ୍ରାହକଙ୍କୁ ଗିରଫ କରାଯାଇଥିବା ବେଳେ ୩ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଲଜ୍‌ ମାଲିକଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ମୋବାଇଲ୍‌ ଓ ୩୮୪୦ ଟଙ୍କା ଜବତ କରାଯାଇଛି।

ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶାରା ଶର୍ମା ସୂଚନା ଦେଇଛନ୍ତି।

Related story