ନୂଆବର୍ଷ ପୂର୍ବରୁ ଜମୁଛି ଦେହବେପାର! ୩୦ ଯୁବକ-ଯୁବତୀ ଉଦ୍ଧାର

ବାରିପଦା (ମାଣିକଲାଲ୍‌ ପାଣି): ନୂଆବର୍ଷ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହବ୍ୟବସାୟ ଚାଲୁଥିଲା। ଏପରିକି ଦେହବେପାର ପାଇଁ ଡିଲ୍‌ ମଧ୍ୟ ହେଉଥିଲା। ଏନେଇ ଖବର ପ୍ରକାଶ ପରେ ପୁଲିସ ଚଢ଼ଉ କରି ହୋଟେଲ୍‌ ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ବାରିପଦାରୁ ଆସିଛି ସେମିତି ଏକ ଘଟଣା। ବିଚ୍‌ ଟାଉନ୍‌ ଉପରେ ୩ଟି ଲଜ୍‌ରେ ଦେହ ବେପାର ଚାଲିଥିବା ପୁଲିସ ଜାଣିପାରି ଚଢ଼ଉ କରି […]

sex-racket

sex-racket

Manoranjan Sial
  • Published: Saturday, 21 December 2019
  • Updated: 21 December 2019, 04:16 PM IST

Sports

Latest News

ବାରିପଦା (ମାଣିକଲାଲ୍‌ ପାଣି): ନୂଆବର୍ଷ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହବ୍ୟବସାୟ ଚାଲୁଥିଲା। ଏପରିକି ଦେହବେପାର ପାଇଁ ଡିଲ୍‌ ମଧ୍ୟ ହେଉଥିଲା। ଏନେଇ ଖବର ପ୍ରକାଶ ପରେ ପୁଲିସ ଚଢ଼ଉ କରି ହୋଟେଲ୍‌ ମ୍ୟାନେଜର ଓ କର୍ମଚାରୀଙ୍କୁ ଗିରଫ କରିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ବାରିପଦାରୁ ଆସିଛି ସେମିତି ଏକ ଘଟଣା। ବିଚ୍‌ ଟାଉନ୍‌ ଉପରେ ୩ଟି ଲଜ୍‌ରେ ଦେହ ବେପାର ଚାଲିଥିବା ପୁଲିସ ଜାଣିପାରି ଚଢ଼ଉ କରି ୩୦ ଜଣ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ କେତେକ କଲେଜ ଛାତ୍ରୀ ଥିବା ଜଣାପଡ଼ିଛି।

ବାରିପଦା ସଦର ଥାନା ଅଞ୍ଚଳରେ ଥିବା ୩ଟି ଲଜ୍‌ରେ ଦେହ ବେପାର ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ୩୦ ଯୁବକ ଓ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା। ସେମାନେ ଗୋଟିଏ ଲେଖାଏଁ ରୁମ୍‌ରେ ରହୁଥିଲେ। ଏମାନଙ୍କ ପରିଚୟ ମିଳିନାହିଁ। ଉଦ୍ଧାର ହୋଇଥିବା ଯୁବକ ଓ ଯୁବତୀଙ୍କ ମଧ୍ୟରୁ ଜଣେ ବୟସ୍କ ମହିଳା ଅଛନ୍ତି। ସେ ରାଣୀ ମହୁମାଛି ବୋଲି ପୁଲିସ ସନ୍ଦେହ କରିଛି। ତେବେ କେତେଦିନ ଧରି ଏଠାରେ ଦେହ ବେପାର ଚାଲିଥିଲା, ତାହା ଜଣାପଡ଼ିନାହିଁ। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଦ୍ଧାର ହୋଇଥିବା ଯୁବତୀଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏନେଇ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ। ଦେହ ବେପାରରେ ନିୟୋଜିତ ଯୁବକଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ୩ ଲଜ୍‌ର ୩ ମ୍ୟାନେଜରଙ୍କୁ ପୁଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos