ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସର ଜେରା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସର ପଚରା ଉଚରା। ଆଉ ସେଥିରୁ ଉନ୍ମୟ ପାଢୀ ହତ୍ୟାକାଣ୍ଡର ଖିଅ କାଢିବାକୁ ଉଦ୍ୟମ କରୁଛି ପୋଲିସ। ଏବେ ବିଭିନ୍ନ ୱେବ୍&zwnj;ସାଇଟ୍&zwnj;ରେ ଏହି ଭିଡିଓ ଅପ୍&zwnj;ଲୋଡ ହୋଇଥିବା ଦେଖିବାକୁ ମିଳୁଛି। ସେପଟେ ହତ୍ୟାକାଣ୍ଡର ୪ଦିନ ପରେ ମଧ୍ୟ ପୋଲିସ ହତ୍ୟାକାରୀ କିମ୍ବା ଭାଇରାଲ କାରୀଙ୍କ ସୁରାକ ପାଉନି।</p> <p>ଭାଇରାଲ ଭିଡିଓରେ ଥିବା ଯୁବକ ଉନ୍ମୟ ପାଢୀଙ୍କ ମର୍ଡର ମିଷ୍ଟ୍ରିର କେବେ ହେବ ଖୁଲାସା? ହତ୍ୟାକାଣ୍ଡକୁ ୪ଦିନ ବିତିଥିବା ବେଳେ ପୋଲିସ ଏଯାଏଁ ହତ୍ୟାକାରୀଙ୍କ ସୁରାକ୍ ନପାଇ ଅନ୍ଧାରରେ ବାଡି ବୁଲାଉଛି। ଏପଟେ ଆଜି ସନ୍ଦେହର କାଠଗଡା ଭିତରେ ଥିବା ଭାଇରାଲ ଭିଡିଓର ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରା ଉଚରା କରିଛି ପୋଲିସ। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ଼ କରୁଛି କମିଶନକରେଟ ପୋଲିସର ସ୍ପେଶାଲ ଟିମ୍। ତେବେ ହତ୍ୟାର ଶିକାର ଉନ୍ମୟ, ଭାଇରାଲ ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଛଡା ଆଉ କେହି ଏହି ବିଷୟରେ ଜାଣିଥିଲେ କି? ଏହି ଭିଡିଓକୁ ନେଇ ବ୍ଲାକମେଲିଂ କରାଯାଉଥିଲା କି? ହତ୍ୟାକାଣ୍ଡର ୨ ଦିନ ପୂର୍ବରୁ ଓ ପରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ କରାଇବା ପଛରେ କିଏ ଅଛନ୍ତି? ଭାଇରାଲ ଭିଡିଓର ଯୁବତୀ ଓ ପୁରୁଷ ବନ୍ଧୁଙ୍କୁ ସନ୍ଦେହ ବଳୟକୁ ଆଣି ଆଉ କେହି ଏପରି&nbsp; ଷଡଯନ୍ତ୍ର ରଚିଛି କି? ଏସବୁ ଦିଗକୁ ନେଇ ଖୋଳତାଡ କରୁଛି ପୋଲିସ। ଅନ୍ୟପକ୍ଷରେ ପୋଡ଼ି ଯାଇଥିବା ଲାପ୍&zwnj;ଟପ୍&zwnj; ଓ ଡଙ୍ଗଲ ଫୋରେନସିକ୍&zwnj; ଯାଞ୍ଚ ପାଇଁ ଯାଇଛି। ପୋଲିସ ସେଥିରୁ କିଛି ସୁରାଗ ସଂଗ୍ରହ କରିବାର ସମ୍ଭାବନା ରଖିଛି। ଯେଉଁ ସବୁ ହୋଟେଲରେ ଏହି ଭିଡ଼ିଓ ପ୍ରସ୍ତୁତ ହୋଇଛି, ସେହି ହୋଟୋଲ ଓ&nbsp; ଅଫିସରୁ ମଧ୍ୟ ପୋଲିସ ସୁରାଗ ଯୋଗାଡ କରୁଥିବା ଜଣାପଡିଛି।</p>

Ordigital Desk
  • Published: Saturday, 24 March 2018
  • Updated: 24 March 2018, 07:15 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସର ପଚରା ଉଚରା। ଆଉ ସେଥିରୁ ଉନ୍ମୟ ପାଢୀ ହତ୍ୟାକାଣ୍ଡର ଖିଅ କାଢିବାକୁ ଉଦ୍ୟମ କରୁଛି ପୋଲିସ। ଏବେ ବିଭିନ୍ନ ୱେବ୍&zwnj;ସାଇଟ୍&zwnj;ରେ ଏହି ଭିଡିଓ ଅପ୍&zwnj;ଲୋଡ ହୋଇଥିବା ଦେଖିବାକୁ ମିଳୁଛି। ସେପଟେ ହତ୍ୟାକାଣ୍ଡର ୪ଦିନ ପରେ ମଧ୍ୟ ପୋଲିସ ହତ୍ୟାକାରୀ କିମ୍ବା ଭାଇରାଲ କାରୀଙ୍କ ସୁରାକ ପାଉନି।</p><p>ଭାଇରାଲ ଭିଡିଓରେ ଥିବା ଯୁବକ ଉନ୍ମୟ ପାଢୀଙ୍କ ମର୍ଡର ମିଷ୍ଟ୍ରିର କେବେ ହେବ ଖୁଲାସା? ହତ୍ୟାକାଣ୍ଡକୁ ୪ଦିନ ବିତିଥିବା ବେଳେ ପୋଲିସ ଏଯାଏଁ ହତ୍ୟାକାରୀଙ୍କ ସୁରାକ୍ ନପାଇ ଅନ୍ଧାରରେ ବାଡି ବୁଲାଉଛି। ଏପଟେ ଆଜି ସନ୍ଦେହର କାଠଗଡା ଭିତରେ ଥିବା ଭାଇରାଲ ଭିଡିଓର ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରା ଉଚରା କରିଛି ପୋଲିସ। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ଼ କରୁଛି କମିଶନକରେଟ ପୋଲିସର ସ୍ପେଶାଲ ଟିମ୍। ତେବେ ହତ୍ୟାର ଶିକାର ଉନ୍ମୟ, ଭାଇରାଲ ଭିଡିଓରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଛଡା ଆଉ କେହି ଏହି ବିଷୟରେ ଜାଣିଥିଲେ କି? ଏହି ଭିଡିଓକୁ ନେଇ ବ୍ଲାକମେଲିଂ କରାଯାଉଥିଲା କି? ହତ୍ୟାକାଣ୍ଡର ୨ ଦିନ ପୂର୍ବରୁ ଓ ପରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଭାଇରାଲ କରାଇବା ପଛରେ କିଏ ଅଛନ୍ତି? ଭାଇରାଲ ଭିଡିଓର ଯୁବତୀ ଓ ପୁରୁଷ ବନ୍ଧୁଙ୍କୁ ସନ୍ଦେହ ବଳୟକୁ ଆଣି ଆଉ କେହି ଏପରି&nbsp; ଷଡଯନ୍ତ୍ର ରଚିଛି କି? ଏସବୁ ଦିଗକୁ ନେଇ ଖୋଳତାଡ କରୁଛି ପୋଲିସ। ଅନ୍ୟପକ୍ଷରେ ପୋଡ଼ି ଯାଇଥିବା ଲାପ୍&zwnj;ଟପ୍&zwnj; ଓ ଡଙ୍ଗଲ ଫୋରେନସିକ୍&zwnj; ଯାଞ୍ଚ ପାଇଁ ଯାଇଛି। ପୋଲିସ ସେଥିରୁ କିଛି ସୁରାଗ ସଂଗ୍ରହ କରିବାର ସମ୍ଭାବନା ରଖିଛି। ଯେଉଁ ସବୁ ହୋଟେଲରେ ଏହି ଭିଡ଼ିଓ ପ୍ରସ୍ତୁତ ହୋଇଛି, ସେହି ହୋଟୋଲ ଓ&nbsp; ଅଫିସରୁ ମଧ୍ୟ ପୋଲିସ ସୁରାଗ ଯୋଗାଡ କରୁଥିବା ଜଣାପଡିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos