ସରକାର ତୁମେ ଆମ କଥା ଶୁଣ... ଗାନ୍ଧୀ ମାର୍ଗରେ ଦେହଜୀବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ୟର ଦୈହିକ ଭୋକ ମେଣ୍ଟାଉଥିବା ଦେହଜୀବୀଙ୍କ ପାଇଁ ଏବେ ନିଜ ପେଟର ଭୋକ ଯନ୍ତ୍ରଣା ଅସହ୍ୟ। ମହାମାରୀ କରୋନା ଦାଉ ଆଜି ସେମାନଙ୍କ ରୋଜଗାର ପନ୍ଥା ଛଡ଼ାନେଇ ନେଇଥିବା ବେଳେ ସେମାନଙ୍କୁ ଏବେ ରାସ୍ତାକଡ଼କୁ ଠେଲି ଦେଇଛି। ମହାମାରୀ କରୋନା ସମୟରେ ଦେହଜୀବୀଙ୍କୁ ରାସନ୍‌ ସାମଗ୍ରୀ ଓ ୫୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କିଛି ଦିଆଯାଇନାହିଁ। ଯାହାଫଳରେ ନାନା ହଇରାଣ ହୋଇଛନ୍ତି ଦେହଜୀବୀ। ଏହାର […]

bbsr

bbsr

Manoranjan Sial
  • Published: Wednesday, 16 December 2020
  • Updated: 16 December 2020, 05:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ୟର ଦୈହିକ ଭୋକ ମେଣ୍ଟାଉଥିବା ଦେହଜୀବୀଙ୍କ ପାଇଁ ଏବେ ନିଜ ପେଟର ଭୋକ ଯନ୍ତ୍ରଣା ଅସହ୍ୟ। ମହାମାରୀ କରୋନା ଦାଉ ଆଜି ସେମାନଙ୍କ ରୋଜଗାର ପନ୍ଥା ଛଡ଼ାନେଇ ନେଇଥିବା ବେଳେ ସେମାନଙ୍କୁ ଏବେ ରାସ୍ତାକଡ଼କୁ ଠେଲି ଦେଇଛି।

ମହାମାରୀ କରୋନା ସମୟରେ ଦେହଜୀବୀଙ୍କୁ ରାସନ୍‌ ସାମଗ୍ରୀ ଓ ୫୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କିଛି ଦିଆଯାଇନାହିଁ। ଯାହାଫଳରେ ନାନା ହଇରାଣ ହୋଇଛନ୍ତି ଦେହଜୀବୀ। ଏହାର ପ୍ରତିବାଦରେ ଆଜି ଦେହଜୀବୀମାନେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି। ନିଜର ହକ୍‌ ନମିଳିଲା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଦେହଜୀବୀମାନେ ଚେତାବନୀ ଦେଇଛନ୍ତି।

ଜଣେ ଦେହଜୀବୀ କହିଛନ୍ତି-“କରୋନା ପାଇଁ ଲକ୍‌ଡାଉନ୍‌ ଓ ଶର୍ଟଡାଉନ୍‌ ରହିଲା ପୂରା ସହର। ବଞ୍ଚିବା ପାଇଁ ଆମେ ନାନା ହଇରାଣ ହରକତ ହେଲୁ। ଏପରିକି ଖାଇବାକୁ ପାଇଲେନାହିଁ। ଏବେ ଆମେ ଚାହୁଁଛୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁଖିଲା ରାସନ୍‌ ସାମଗ୍ରୀ ଓ ୫୦୦୦ ଟଙ୍କା ଦିଆଯାଉ।”

ଆଉ ଜଣେ ଦେହଜୀବୀ କହିଛନ୍ତି-“ଲକ୍‌ଡାଉନ୍‌ ବେଳେ ଆମେ ବହୁ ଅସୁବିଧାରେ ପଡ଼ିଛୁ। ଆମେ ଚାହୁଁଛୁ ଆମକୁ ମାସକୁ ମାସ ଶୁଖିଲା ଖାଦ୍ୟ ଓ ଟଙ୍କା ଦିଆଯାଉ। ଯାହାଫଳରେ ଆମେ ବଞ୍ଚିପାରିବୁ।”

ଓଡ଼ିଶା ପତିତା ଉଦ୍ଧାର ସମିତି ଜଣେ କର୍ମକର୍ତ୍ତା କହିଛନ୍ତି, ସେପ୍ଟେମ୍ୱର ୨୯ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ଯେଉଁଥିରେ କୋର୍ଟ ଦର୍ଶାଇଥିଲେ, ମହାମାରୀ କରୋନା ସମୟରେ ଦେହଜୀବୀଙ୍କୁ ବିନା ଆଧାରକାର୍ଡ଼ରେ ରାସନ୍‌ ସାମଗ୍ରୀ ଓ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦେବାକୁ। ହେଲେ ଆଜି ପର୍ଯ୍ୟନ୍ତ ଦେହଜୀବୀଙ୍କୁ ଆର୍ଥିକ ସହାୟତା କଥା ଛାଡ଼ନ୍ତୁ, ରାସନ୍‌ ସାମଗ୍ରୀ ଦିଆଗଲା ନାହିଁ। ସେମାନେ ଖାଇବା ପାଇଁ ବହୁ ଅସୁବିଧାରେ ପଡ଼ୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ସବୁ ପ୍ରକାର ସହାୟତା ଦେବାକୁ ଦାବି କରିଛନ୍ତି ଓଡ଼ିଶା ପତିତା ଉଦ୍ଧାର ସମିତି ଜଣେ କର୍ମକର୍ତ୍ତା।

 

ପଢ଼ନ୍ତୁ : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ  ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos