ପୁଲିସ ବାବୁଙ୍କ ନାମରେ ଲଭ୍‌, ସେକ୍ସ ଧୋକା ଅଭିଯୋଗ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଭ୍‌, ସେକ୍ସ ଧୋକା। କମିଶନରେଟ ପୁଲିସର ଏସଆଇ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ। ଫେସବୁକ୍‌ରୁ ପ୍ରେମ ଆଉ ତାପରେ ଯୁବତୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାକେଶ ସାମଲ ନାମକ ଜଣେ ସବଇନ୍ସପେକ୍ଟରଙ୍କ ନାମରେ ଏମିତି ଅଭିଯୋଗ ଆସିଛି। ଯୁବତୀ ଜଣକ ଏନେଇ ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳା ଥାନା ପୁଲିସ ଉପରେ ଭରଷା ନକରିପାରି ନ୍ୟାୟ ପାଇଁ ପୁଲିସ କମିଶନରଙ୍କ ପାଖରେ ଗୁହାରୀ କରିଛନ୍ତି ସେ । ଯୁବତୀ ଜଣକ […]

Baby

Tapas Behera
  • Published: Thursday, 07 May 2020
  • , Updated: 07 May 2020, 09:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଭ୍‌, ସେକ୍ସ ଧୋକା। କମିଶନରେଟ ପୁଲିସର ଏସଆଇ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ। ଫେସବୁକ୍‌ରୁ ପ୍ରେମ ଆଉ ତାପରେ ଯୁବତୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାକେଶ ସାମଲ ନାମକ ଜଣେ ସବଇନ୍ସପେକ୍ଟରଙ୍କ ନାମରେ ଏମିତି ଅଭିଯୋଗ ଆସିଛି। ଯୁବତୀ ଜଣକ ଏନେଇ ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳା ଥାନା ପୁଲିସ ଉପରେ ଭରଷା ନକରିପାରି ନ୍ୟାୟ ପାଇଁ ପୁଲିସ କମିଶନରଙ୍କ ପାଖରେ ଗୁହାରୀ କରିଛନ୍ତି ସେ । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ବିବାହର ପ୍ରଲୋଭନ ଦେଖାଇ ଏସଆଇ ଜଣକ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। କେବଳ ସେତିକି ନୁହଁ ଯୁବତୀ ଜଣକ ଗର୍ଭବତୀ ହେବା ପରେ ତାଙ୍କୁ ଏସଆଇ ଜଣକ ତାଙ୍କୁ ବଳପୂର୍ବକ ଗର୍ଭପାତ କରିଥିବା ସେ ଅଭିଯୋଗ ଆଣିଛନ୍ତି।  ପେଟରେ ପିଲା ଥିଲା ବେଳେ ସେ ମୋ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ। ଏମିତି ଅଶ୍ଲୀଳ ଭିଡିଓ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ।

ପୂର୍ବରୁ ଏନେଇ ମହିଳା ଥାନାରେ ବିବାହ କରିବାକୁ ଲେଖା-ପଢ଼ା ହୋଇଥିଲା। ଏସ୍‌ଆଇ ଜଣକ ପୁନର୍ବାର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ୨୦୧୯ ଅଗଷ୍ଟ ମାସରେ ଏସଆଇ ରାକେଶଙ୍କ ସହ ସୋଶାଲ ମିଡିଆରେ ସମ୍ପର୍କ ହୋଇଥିଲା। ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। ମାତ୍ର ଏସଆଇ ରାକେଶ ତାଙ୍କ ସହ ଶାରିରୀକ ସମ୍ପର୍କ ବିବାହ ନକରି ଧୋକା ଦେଇଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ତେବେ ଶେଷ ଖବର ଅନୁଯାୟୀ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ ମହିଳା ଥନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି।  ଏବେ ସମ୍ପୃକ୍ତ ଏସ୍‌ଆଇ ଜଣକ ମାସେ ହେବ ଛୁଟିରେ ଥିବା ଜଣାପଡ଼ିଛି।

https://youtu.be/W2Mw56PkX7c

Related story