ଜନ୍ମ ମାଟିରେ ଜଳିଲା ସହିଦଙ୍କ ଚିତା

ପୁରୀ (ଓଡ଼ିଶା ରିପୋର୍ଟର): ଜନ୍ମ ମାଟିରେ ଜଳିଲା ସହିଦ୍‌ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର। ପଞ୍ଚଭୂତରେ ଲିନ ହେଲା ସହିଦଙ୍କ ମରଶରୀର। ଏଥିପାଇଁ ସମଗ୍ର ପରିବେଶ ଶୋକୁଳ ହୋଇପଡ଼ିଛି। ସହିଦ୍‌ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଜନ୍ମ ମାଟି। ନିଜ ପୁଅକୁ ହରାଇ ଗୁମୁରି କାନ୍ଦୁଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ସକାଳେ ମନୋରଞ୍ଜନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ଼ […]

sahid chita burning in village

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 04:53 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଜନ୍ମ ମାଟିରେ ଜଳିଲା ସହିଦ୍‌ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର। ପଞ୍ଚଭୂତରେ ଲିନ ହେଲା ସହିଦଙ୍କ ମରଶରୀର। ଏଥିପାଇଁ ସମଗ୍ର ପରିବେଶ ଶୋକୁଳ ହୋଇପଡ଼ିଛି। ସହିଦ୍‌ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଛି ଜନ୍ମ ମାଟି। ନିଜ ପୁଅକୁ ହରାଇ ଗୁମୁରି କାନ୍ଦୁଛନ୍ତି ପରିବାର ଲୋକ ଓ ସମ୍ପର୍କୀୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆଜି ସକାଳେ ମନୋରଞ୍ଜନଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ଼ ଅଫ୍‌ ଅନର। ପରେ ଏକ ବିଶାଳ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଥିଲା ଜନ୍ମମାଟି ରେବଣା ନୂଆଗାଁକୁ। ଗାଁରେ ମରଶରୀର ପହଞ୍ଚିଲା ବେଳକୁ ପରିବେଶ ଏକଦମ ଶୋକାକୁଳ ହୋଇପଡ଼ିଥିଲା। କାନ୍ଦୁଥିଲା ଜନ୍ମଭୂମି, ଝୁରୁଛି ମାଟି ମାଆ। ଯେଉଁ ମା’ କୋଳରେ ବିତିଥିଲା ଜୀବନର ମୂଲ୍ୟବାନ ସମୟ, ଆଜି ଖାଲି ପଡ଼ିଛି ସେହି ମାଆର ପଣତକାନୀ। ରୁଣ୍ଡ ହୋଇଥିଲେ ହଜାର ହଜାର ଲୋକ ସହିଦ୍‌ଙ୍କୁ ଅଶୃଳ ଆଖିରେ ବିଦାୟ ଜଣାଇଥିଲେ। ରାସ୍ତାରେ ଯାଉଥିଲା ଶୋଭାଯାତ୍ରା। ଆଗରେ ସଂକୀର୍ତ୍ତନ। ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ଶେଷରେ ଗାଁ ଶ୍ମଶାନରେ ଜଳିଥିଲା ଚିତା। ଦିଆଯାଇଥିଲା ତୋପ ସଲାମୀ।

୨୦୧୪ ମସିହାରେ ସିଆରପିଏଫ୍ ୨୧୨ ବାଟାଲିୟନରେ ଯୋଗଦେଇଥିଲେ ମନୋରଞ୍ଜନ। କିଛି ଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଘରକୁ ଆସିଥିଲେ। ରବିବାର କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରି ଥିଲେ। ମଙ୍ଗଳବାର ଚାକିରିରେ ଯୋଗଦେଇ ଥିଲେ। ତା’ପରେ ସାଥୀଙ୍କ ସହିତ ମନୋରଞ୍ଜନ କିସ୍ତାରାମ ଓ ସୁକମା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଆକ୍ରମଣରେ ମନୋରଞ୍ଜନଙ୍କ ସହିତ ୯ ଜଣ ଯବାନ ସହିଦ୍‌ ହୋଇଥିଲେ।

Related story