ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର: ବୀର ବାଦ୍ୟରେ କମ୍ପିଲା ବିମାନବନ୍ଦର

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ୍ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ରାତି ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କୁ ସିଆରପିଏଫ୍&zwnj; ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗୃହ ବିଭାଗ ପକ୍ଷରୁ ମଧ୍ୟ ସହିଦ ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆସନ୍ତାକାଲି ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ ପ୍ରଦୀପଙ୍କ ଶେଷକୃତ୍ୟ ସଂପନ୍ନ ହେବ। ଏଥିପାଇଁ ଲିପିଲୋଇରେ ସମସ୍ତ ପ୍ରସ୍ତୁତି ସରିଛି।</p> <p>ଗତ ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସିଆରପିଏଫ୍&zwnj; ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ସହିଦ ପ୍ରଦୀପଙ୍କ ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।</p>

Ordigital Desk
  • Published: Tuesday, 02 January 2018
  • Updated: 02 January 2018, 10:25 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ୍ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ରାତି ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କୁ ସିଆରପିଏଫ୍&zwnj; ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗୃହ ବିଭାଗ ପକ୍ଷରୁ ମଧ୍ୟ ସହିଦ ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆସନ୍ତାକାଲି ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପିଲୋଇ ଗାଁରେ ପ୍ରଦୀପଙ୍କ ଶେଷକୃତ୍ୟ ସଂପନ୍ନ ହେବ। ଏଥିପାଇଁ ଲିପିଲୋଇରେ ସମସ୍ତ ପ୍ରସ୍ତୁତି ସରିଛି।</p><p>ଗତ ରବିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସିଆରପିଏଫ୍&zwnj; ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ପ୍ରଦୀପ ପଣ୍ଡାଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ପ୍ରଦୀପ ପଣ୍ଡାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ସହିଦ ପ୍ରଦୀପଙ୍କ ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos