ଭୁବନେଶ୍ୱର: ମଲରୁ ଚୋରି କରୁଥିବା ମହିଳା ଦାନ୍ତ ଡାକ୍ତର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ୍ ହାତରେ ବୁଧବାର ଧରାପଡ଼ିଛନ୍ତି ଦୁଇ ଜଣ ସପିଂ ମଲ୍ ଲୁଟେରା। ଆଉ ଏହି ମଲ୍ ଲୁଟେରା ଦ୍ୱୟ ହେଉଛନ୍ତି ମହିଳା। ସଂପର୍କରେ ଏମାନେ ମା-ଝିଅ। ପୁଣି ଝିଅ ଜଣଙ୍କ ହେଉଛନ୍ତି ଦାନ୍ତ ଡାକ୍ତର। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଠାରୁ ପୋଲିସ୍ ୧୬୫ଟି ଭ୍ୟାନିଟି ବ୍ୟାଗ୍, ୨୮ଟି ଶାଢ଼ୀ, ୧୫ ଟି ଡ୍ରେସ୍ ମ୍ୟାଟେରିଆଲ୍ ସମେତ ୨ ଲକ୍ଷରୁ ଅଧିକ ଟଙ୍କା ଜିନିଷପତ୍ର ଜବତ କରାଯାଇଛି।

mahilachora

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 09:38 AM IST

ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ୍ ହାତରେ ବୁଧବାର ଧରାପଡ଼ିଛନ୍ତି ଦୁଇ ଜଣ ସପିଂ ମଲ୍ ଲୁଟେରା। ଆଉ ଏହି ମଲ୍ ଲୁଟେରା ଦ୍ୱୟ ହେଉଛନ୍ତି ମହିଳା। ସଂପର୍କରେ ଏମାନେ ମା-ଝିଅ। ପୁଣି ଝିଅ ଜଣଙ୍କ ହେଉଛନ୍ତି ଦାନ୍ତ ଡାକ୍ତର। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଠାରୁ ପୋଲିସ୍ ୧୬୫ଟି ଭ୍ୟାନିଟି ବ୍ୟାଗ୍, ୨୮ଟି ଶାଢ଼ୀ, ୧୫ ଟି ଡ୍ରେସ୍ ମ୍ୟାଟେରିଆଲ୍ ସମେତ ୨ ଲକ୍ଷରୁ ଅଧିକ ଟଙ୍କା ଜିନିଷପତ୍ର ଜବତ କରାଯାଇଛି।

ପୋଲିସ୍ କହିଛି, ଏ ମା-ଝିଅ ଗହଳି ଥିବା ବେଳେ ବିଭିନ୍ନ ସପିଂ ମଲ ଭିତରେ ପଶି ଥାଆନ୍ତି। ସେଲସ୍ ମ୍ୟାନମାନଙ୍କୁ ଗୋଟିଏ ପରେ ଗୋଟିଏ ଜିନିଷ ଦେଖାଇବାକୁ ମାଗି ଥାଆନ୍ତି। ସେଲସମ୍ୟାନ ମାନେ ଜିନିଷ ଦେଖାଇବାରେ ବ୍ୟସ୍ତ ରହିଯାଉଥିବା ବେଳେ ମଉକା ଦେଖି ଏମାନେ ଚୋରି କରି ଫେରାର ହୋଇଯାଉଥିଲେ। ତିନି ଚାରି ବର୍ଷ ହେଲାଣି ଏମାନେ ଏମିତି ଲୁଟ୍ ଚଳାଇଥିଲେ। କେବଳ ଏହି ମା-ଝିଅ ଏଭଳି ଲୁଟ୍ପୋ କରୁଥିଲେ ନା ସେମାନଙ୍କ ସହିତ ଆଉ କେହି ସାମିଲ ଅଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଚଲାଇଛି ପୋଲିସ୍।

Related story