ଶ୍ରୀଜଗନ୍ନାଥଙ୍କ ନାମରେ ମୁଦ୍ରା ପ୍ରଚଳନ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଉପରେ ମୁଦ୍ରା ପ୍ରଚଳନରେ ବିଳମ୍ବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି, “କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମୁଦ୍ରା ତିଆରି ପାଇଁ ଡିଜାଇନ ପଠାଇବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଥିଲା। ୩ ଥର ଅନୁରୋଧ ସତ୍ତ୍ୱେ ଏଥିରେ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।” ଓଡ଼ିଆଙ୍କ ଭାବାବେଗ ସହ ମହାପ୍ରଭୁ ଜଗନ୍ନାଥ ଜଡିତ ଥିବାରୁ ପ୍ରସ୍ତାବିତ ମୁଦ୍ରା ଖୁବଶୀଘ୍ର ପ୍ରଚଳନ ହେବା […]

dharmendra

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 05:04 PM IST

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଉପରେ ମୁଦ୍ରା ପ୍ରଚଳନରେ ବିଳମ୍ବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି, “କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମୁଦ୍ରା ତିଆରି ପାଇଁ ଡିଜାଇନ ପଠାଇବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଥିଲା। ୩ ଥର ଅନୁରୋଧ ସତ୍ତ୍ୱେ ଏଥିରେ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।”

ଓଡ଼ିଆଙ୍କ ଭାବାବେଗ ସହ ମହାପ୍ରଭୁ ଜଗନ୍ନାଥ ଜଡିତ ଥିବାରୁ ପ୍ରସ୍ତାବିତ ମୁଦ୍ରା ଖୁବଶୀଘ୍ର ପ୍ରଚଳନ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ମହାପ୍ରଭୁଙ୍କ ନବକଳେବର ଅବସରରେ ଶ୍ରୀଜଗନ୍ନାଥଙ୍କ ନାମରେ ମୁଦ୍ରା ପ୍ରଚଳନ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

Related story