ସୋଶାଲ୍ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍

ପୁରୀ(ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍। ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ବ୍ୟକ୍ତି। ସେ ବଙ୍ଗାଳି ଭାଷାରେ ଏନେଇ ଅନେକ ଟିପ୍ପଣୀ ମଧ୍ୟ କରିଛନ୍ତି। ଯାହା ପରେ ଶ୍ରୀମନ୍ଦିର ଭିତରକୁ କିପରି ଗଲା କ୍ୟାମେରା ସେ ନେଇ ଉଠିଛି ପ୍ରଶ୍ନ। ଏହି ଫଟୋ ଜଗମୋହନ ଭିତର ଭିତରକାଠ ନିକଟରୁ  ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ୁଛି। କାର୍ତ୍ତିକ ମାସରେ କିମ୍ବା ଆଜିର ଏହି  ଫଟୋ […]

puri

  • Published: Saturday, 19 November 2022
  • , Updated: 19 November 2022, 10:34 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍। ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ବ୍ୟକ୍ତି। ସେ ବଙ୍ଗାଳି ଭାଷାରେ ଏନେଇ ଅନେକ ଟିପ୍ପଣୀ ମଧ୍ୟ କରିଛନ୍ତି। ଯାହା ପରେ ଶ୍ରୀମନ୍ଦିର ଭିତରକୁ କିପରି ଗଲା କ୍ୟାମେରା ସେ ନେଇ ଉଠିଛି ପ୍ରଶ୍ନ।

ଏହି ଫଟୋ ଜଗମୋହନ ଭିତର ଭିତରକାଠ ନିକଟରୁ  ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ୁଛି। କାର୍ତ୍ତିକ ମାସରେ କିମ୍ବା ଆଜିର ଏହି  ଫଟୋ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଅବକାଶ ନୀତି ସମୟରେ ଫଟୋ ନିଆଯାଇଛି।

ଆକାଶ ଚୌଧୁରୀ ଫେସ୍‌ବୁକ୍‌ରେ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ବେଙ୍ଗଲିରେ ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା, ଏହାର ଅର୍ଥ ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।

ସେପଟେ ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ନିଆଯାଉଛି ଦେଖିବାର କଥା।

ଅନ୍ୟପଟେ ଆକାଶ ତାଙ୍କ ଫେସବୁକରେ ଏହି ଫଟୋ ପୋଷ୍ଟ କରିବା ପରେ ଡିଲିଟ କରିଦେଇଥିବା ମଧ୍ୟ ଜଣାପଡ଼ିଛି।

Related story