‘ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକ ପରେ ସବିଶେଷ ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି, ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ଏଏସ୍‌ଆଇ ୭ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆସନ୍ତାକାଲି ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ସତ୍ୟପାଠ ଦାଖଲ ହେବ।” ବୈଠକରେ ସେବାୟତଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। […]

gajapati

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 10:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକ ପରେ ସବିଶେଷ ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି, ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ଏଏସ୍‌ଆଇ ୭ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆସନ୍ତାକାଲି ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ସତ୍ୟପାଠ ଦାଖଲ ହେବ।”

ବୈଠକରେ ସେବାୟତଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ଜଗମୋହନ ଭିତରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜଗମୋହନ ପ୍ରବେଶ ଅନୁମତି ପରେ ନାଟମଣ୍ଡପ ମରାମତି ହେବ ବୋଲି ଜେନା କହିଛନ୍ତି।

ଆଜି ୧୬ ଜଣିଆ ପ୍ରାଧିକୃତ ସଦସ୍ୟ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରି କାନ୍ଥ ଓ ଛାତର ସ୍ଥିତି ଯାଞ୍ଚ କରିଥିଲେ। ରତ୍ନଭଣ୍ଡାରର ବାହାର ଭଣ୍ଡାର ଯାଞ୍ଚ କରିଥିଲେ। ବାହାର ଭଣ୍ଡାରର କାନ୍ଥରେ ହାତ ମାରି ଦେଖିଥିଲେ ବିଶେଷଜ୍ଞ ଟିମ୍‌। କାନ୍ଥରେ ପାଣି ଲାଗିଥିବା ଜଣାପଡିଥିଲା। ସେହିପରି ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ପଷ୍ଟ ଦିଶୁଥିବାରୁ ଯାଞ୍ଚ ଟିମ୍‌ ଆଉ ଭିତର ଭଣ୍ଡାର ମଧ୍ୟକୁ ପ୍ରବେଶ କରି ନଥିଲେ। ବାହାର ଭଣ୍ଡାରରୁ ସର୍ଚ୍ଚ ଲାଇଟ୍‌ ମାରି ସେମାନେ ଭିତର ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଥିଲେ। ଭିତର ଭଣ୍ଡାର କାନ୍ଥର କିଛି ସ୍ଥାନରେ ସିମେଣ୍ଟ ଛାଡିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୩୪ ବର୍ଷର ବ୍ୟବଧାନ ପରେ ଆଜି ଖୋଲା ଯାଇଥିଲା ରତ୍ନଭଣ୍ଡାର। ଯାଞ୍ଚକାରୀ ଟିମ୍‌ର ସଦସ୍ୟମାନେ ୪୫ ମିନିଟ୍ ଧରି ୨ଟି ବାହାର ଭଣ୍ଡାର ଯାଞ୍ଚ କରିଥିଲେ। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳ କରଣ, ତଡ଼ଉ କରଣ, ଭଣ୍ଡାର ମେକାପ ଏବଂ ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟଙ୍କୁ ରତ୍ନଭଣ୍ଡାର ଖୋଲା ପ୍ରଣାଳୀ ଉପରେ ଅବଗତ କରାଯାଇଥିଲା। ଏହାପରେ ସମସ୍ତ ସଦସ୍ୟ ବାଇଶି ପାହାଚ ଦେଇ ଯାଇଥିଲେ ଏବଂ ପରେ ଗାମୁଛା ପିନ୍ଧି ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ। ତାପୂର୍ବରୁ ରତ୍ନଭଣ୍ଡାର ଭିତରେ ଯାହା ଦେଖିବେ, ସେ ସମ୍ପର୍କରେ କୌଣସି ସ୍ଥାନରେ ପ୍ରଘଟ ନ କରିବା ପାଇଁ ଶ୍ରୀଲୋକନାଥଙ୍କ ଠାରେ ଶପଥପାଠ କରିଥିଲେ।

Related story